ବୈଶିଙ୍ଗା: ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ବିପଦ ଟଳିଛି। ଉପରମୁଣ୍ଡ ସମେତ ସ୍ଥାନୀୟ ଅଞ୍ଚଳରେ ବର୍ଷା କମି ଥିବାରୁ ନଦୀର ଜଳପତ୍ତନ କ୍ରମଶଃ ହ୍ରାସ ପାଇଛି। ସେହିଭଳି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିବା ଲୋକେ ଘରକୁ ଫେରିବା ଆରମ୍ଭ କରିଛନ୍ତି। ଏହି ଅବସରରେ ବଡ଼ସାହି ବିଧାୟକ ସନାତନ ବିଜୁଳି ମଙ୍ଗଳବାର ନଦୀକୁଳିଆ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ବନ୍ୟାଜଳ ପ୍ରଭାବରେ ନଷ୍ଟ ହୋଇଯାଇଥିବା ଗ୍ରାମୀଣ ରାସ୍ତାଘାଟ ସମେତ କ୍ଷୟକ୍ଷତି ହୋଇଥିବା ଛୋଟବଡ ପୋଲ ଗୁଡିକର ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ମରାମତି କରିବା ପାଇଁ ପ୍ରଶାସନ ସହିତ କଥା ହୋଇଥିଲେ।
ଲଘୁଚାପଜନିତ ଲଗାଣ ବର୍ଷାରେ ଗଂଗାହାର ନଦୀରେ ବନ୍ୟା ଆସି ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତର ଡୁମୁରିଆ, ଆଗରିଆ, ନୁଣୁକୁଆ, ଭୁରୁଡ଼ିଆ ପ୍ରଭୁତି ଗ୍ରାମର ଶତାଧିକ ଲୋକଙ୍କୁ ଜଳବନ୍ଦୀ କରି ରଖିଥିଲା। ଏଭଳି ସ୍ଥିତିରେ କଚ୍ଚା ଘରେ ଏବଂ ତଳିଆ ଅଂଚଳରେ ରହୁଥିବା ଲୋକମାନଙ୍କୁ ସ୍କୁଲଘର ଏବଂ ବାତ୍ୟାଆଶ୍ରୟସ୍ଥଳୀଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଭୟ ଶୁଖିଲା ଏବଂ ରନ୍ଧାଖାଦ୍ୟ ଦିଆଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସମେତ ଅନ୍ୟାନ୍ୟ ଅଧିକାରୀ ଘନ ଘନ ଉକ୍ତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ଉପରେ କଡା ନଜର ରଖିଥିଲେ।
ବିଧାୟକ ସନାତନ ବିଜୁଳି ବିଡ଼ିଓଙ୍କ ସହିତ ଆଲୋଚନା ପରେ ବନ୍ୟା ଜଳରେ ବିଭିନ୍ନ ଗାଁକୁ ଯାଇ ବନ୍ୟା ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା କରିଵା ସହିତ ବ୍ୟସ୍ତ ବିବ୍ରତ ନହୋଇ ଧୈର୍ଯ୍ୟ ରଖିବାକୁ ବିଧାୟକ ଲୋକମାନଙ୍କର ମନବଳକୁ ବଢ଼ାଇଛନ୍ତି।
/sambad/media/media_files/234b2bed-0596-4b25-9420-418e3df95e9d.jpeg)
ସେହିଭଳି ଉକ୍ତ ଅଂଚଳଟି ବୈଶିଙ୍ଗା ଥାନା ଅଧୀନରେ ହୋଇଥିଲେ ବି ବଡସାହି ବ୍ଲକ ଅଧୀନରେ ହୋଇଥିବାରୁ ସ୍ଥାନୀୟ ବିଡ଼ିଓ ବନଜା ଦାସ ଖୋଦ ଘଟଣାସ୍ଥଳରେ ଉପସ୍ଥିତ ରହି ବନ୍ୟା ମୁକାବିଲା ନିମନ୍ତେ ପରିଚାଳନା ଦାୟୀତ୍ୱକୁ ତଦାରଖ କରୁଛନ୍ତି। ବିଧାୟକ ସନାତନ ବିଜୁଳି ବିଡ଼ିଓଙ୍କ ସହିତ ଆଲୋଚନା ପରେ ବନ୍ୟା ଜଳରେ ବିଭିନ୍ନ ଗାଁକୁ ଯାଇ ବନ୍ୟା ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା କରିଵା ସହିତ ବ୍ୟସ୍ତ ବିବ୍ରତ ନହୋଇ ଧୈର୍ଯ୍ୟ ରଖିବାକୁ ବିଧାୟକ ଲୋକମାନଙ୍କର ମନବଳକୁ ବଢ଼ାଇଛନ୍ତି। ପରେ ବନ୍ୟା ଜଳ ପ୍ରବାହିତ ହୋଇ ଧୋଇ ଯାଇଥିବା ରାସ୍ତା ପୋଲ ସବୁର ଯୁଧ୍ୟକାଳୀନ ଭିତ୍ତିରେ ତୁରନ୍ତ ମରାମତି ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ବିଧାୟକଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଦଳୀୟ କର୍ମକର୍ତ୍ତାଙ୍କ ସହିତ ଉପସ୍ଥିତ ଥିଲେ। ତେବେ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/03b05d37-cca0-4bd1-8f8e-91179c3073d4.jpeg)