ବୈଶିଙ୍ଗା: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ତାରିଖ ଦିନ ଆତଙ୍କବାଦୀ ଆକ୍ରମଣକୁ ମୟୂରଭଂଜ ଜିଲ୍ଲା ବଡ଼ସାହି ବିଧାୟକ ସନାତନ ବିଜୁଳି ତୀବ୍ର ନିନ୍ଦା କରିବା ସହ ପ୍ରତିକ୍ରିୟାଶୀଳ ହୋଇଛନ୍ତିl ଏହି କ୍ରମରେ ଶ୍ରୀ ବିଜୁଳି ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳଙ୍କୁ ଭେଟି ବଡ଼ସାହି ନିର୍ବାଚନ ମଣ୍ଡଳୀ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଡେରା ପକାଇ ଥିବା ବାଂଲାଦେଶୀ ଅନୁପ୍ରବେଶକାରୀ, ମିସ୍ତ୍ରୀ ଓ ଫେରିବାଲାଙ୍କ ପ୍ରତି କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତିl
ରାଜ୍ୟର ଅନ୍ୟ ଅଞ୍ଚଳ ଭଳିଆ ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଦିନକୁ ଦିନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି। ଏଥିପାଇଁ ବିଭିନ୍ନ ସମୟରେ ଅପରାଧୀଙ୍କ ସଂଖ୍ୟା ବଢ଼ିବା ସହିତ ସରକାରୀ ଜମି ଅନୁପ୍ରବେଶକାରୀଙ୍କ ଦଖଲରେ ରହୁଛିl ଏହାକୁ ନେଇ ପୂର୍ବରୁ ଅନୁପ୍ରବେଶକାରୀଙ୍କ ପ୍ରାଦ୍ରୁଭାବକୁ ରୋକିବା ପାଇଁ ବଡ଼ସାହି ବିଧାୟକ ଗୃହରେ ମଧ୍ୟ କଥା ଉଠାଇଥିଲେ।
ତେବେ ୨୨ତାରିଖ ଘଟଣା ପରେ ଶ୍ରୀ ବିଜୁଳି ନିଜକୁ ଆଉ ସମ୍ଭାଳି ପାରି ନାହାନ୍ତିl ନିଜର କର୍ମୀମାନଙ୍କୁ ଡାକି ଏବାବଦରେ ସଚେତନ କରାଇବା ସାହିତ ଖୋଦ ମୟୂରଭଞ୍ଜ ଏସ୍ପିଙ୍କ ସହିତ ଏହି ଉତ୍କଟ ସମସ୍ୟା ଉପରେ ବିଚାର ବିମର୍ଶ କରିଛନ୍ତିl ପରେ ବେତନଟୀ ଏସଡିପିଓ ଶ୍ରୀମତୀ ବିଶ୍ୱାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି। ଶ୍ରୀମତୀ ବିଶ୍ୱାଳଙ୍କ ଅଧୀନରେ ଥିବା ସବୁ ଥାନା ଅଧିକାରୀମାନଙ୍କୁ ଏହି ଘଟଣାର ସମ୍ବେଦନଶୀଳତା ସମ୍ବନ୍ଧରେ ଅବଗତ କରାଇ ଅନୁପ୍ରବେଶ କାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଛନ୍ତି।
ଶ୍ରୀମତୀ ବିଶ୍ୱାଳ ତୁରନ୍ତ ସବୁ ଥାନାଧିକାରୀମାନଙ୍କୁ ଡାକି ଏବାବଦରେ ବିସ୍ତୃତ ଆଲୋଚନା କରିବା ସହିତ ଅନୁପ୍ରବେଶକାରୀଙ୍କ ସମ୍ବନ୍ଧରେ ସୂଚନା ପାଇଲେ ତୁରନ୍ତ ଖବର ଦେବାକୁ ପରାମର୍ଶ ଦେବା ସହ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦେଶ ଦେଇଛନ୍ତି l
ପ୍ରାପ୍ତ ସୂଚନା ଅନୁଯାଇ ଉକ୍ତ ଅଞ୍ଚଳ ପଶ୍ଚିମବଙ୍ଗ ତଥା ବାଲେଶ୍ୱର ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଅନେକ ସମୟରେ ବାଂଲାଦେଶୀ ନାଗରିକମାନେ ବେପାର କରୁଥିବା ଦେଖିବାକୁ ମିଳେl ସେହିଭଳି ଅନେକ ସମୟରେ ସେମାନେ ରାଜମିସ୍ତ୍ରୀ, କାଠମିସ୍ତ୍ରୀ ଓ ଚାଷକାମ ପାଇଁ ମଧ୍ୟ ଏହି ଅଞ୍ଚଳକୁ ବହୁଳ ଭାବରେ ଆସିଥାନ୍ତିl ତେଣୁ ସେମାନଙ୍କୁ ଚିହ୍ନଟ କରି ଯଥାଶୀଘ୍ର ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ ପରାମର୍ଶ ଦେଇଛନ୍ତିl ପୁଲିସ ଯଦି କାର୍ଯ୍ୟାନୁଷ୍ଠାନ ନେବାରେ କୁଣ୍ଠାବୋଧ କରେ ତେବେ ଆରଏସଏସ, ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତାଙ୍କ ସହିତ ବିଜେପି ଯୁବ ମୋର୍ଚ୍ଚା ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ନେଇ ସେ ଚେତାବନୀ ବି ଦେଇଛନ୍ତିl
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/01/bruKeP1nBiPyns8GO0yE.jpg)
