ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଆସନ୍ତା ୨୮ ତାରିଖରେ ଗଣପର୍ବ ନୂଆଖାଇ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଭିନ୍ନ ପ୍ରକାରର ସଂକ୍ରମଣ ରୋଗରୁ ରକ୍ଷା ନିମନ୍ତେ ପାରମ୍ପରିକ ରୋଗୀ ବହଲେନ ଯାତ୍ରା ଚନ୍ଦାହାଣ୍ଡି ବ୍ଲକ ମହକୁମା ଠାରେ  ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରା ଅବସରରେ  ପ୍ରଥମେ ନୂଆ କପଡ଼ାରେ ଏକ ପାଲିଙ୍କି ତିଆରି କରି ଗ୍ରାମର ପୂଜାରୀ ମା ଠାକୁରାଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା  

Advertisment

ପରେ ଗ୍ରାମବାସୀ ସମସ୍ତ ଘର, ସାହି ବୁଲି ବୁଲି ଧୂପ ଦୀପ, ଅର୍ଘ୍ୟ ଗ୍ରହଣ ସାଙ୍ଗକୁ ପ୍ରତ୍ୟକ ଘରୁ  କିଛି ପୁରୁଣା କପଡ଼ା, ଦଉଡ଼ି ପାଲିଙ୍କିରେ ବନ୍ଧା ଯାଇଥାଏ। ଏଭଳି କଲେ ଘରେ ଥିବା ସମସ୍ତ  ରୋଗ ବେମାର  ଓ ବିପତି ଗାଁ ବାହାରକୁ  ଚାଲିଯାଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏହି ପାଲିଙ୍କି ପହଞ୍ଚିଲେ ଘର ଲୋକେ ନଡ଼ିଆ ଓ ଧୁପକାଠି ପ୍ରଦାନ କରିଥାନ୍ତି। ଏହି ପର୍ବ ମୂଖ୍ୟତଃ କୃଷି ଭିତିକ ଅଟେ। ନିୟମିତ ବର୍ଷା ନିମନ୍ତେ ପ୍ରକୃତିର ଉପାସନା କରାଯାଇ ପାଲିଙ୍କିକୁ ଦୁଇ ଜଣ ବ୍ୟକ୍ତି କାନ୍ଧରେ ବୋହି ନେଇ  ଗାଁ ବାହାରେ ଥିବା ଏକ  ବହଲେନଭଟା ଠାରେ  ପୂଜାର୍ଚ୍ଚନା କରି ଛାଡ଼ି ଚାଲି ଆସିଥାନ୍ତି।

ରୋଗୀ ବହଲେନ ଡୋଲା ସହ ଗାଁର ପୁଜାରୀ, ଶିରା,ଦିଶାରୀ, ଗଣ୍ଡା,ଚଲାଣ, ଗାଁ ମୂଖିଆମାନେ  ଭୋଗ ଦେଇ କୁକୁଡ଼ା, ପାରା ଆଦି ବଳି ଦେବାର ପରମ୍ପରା ମଧ୍ୟ ରହିଛି।  ଏଠାରେ ଏହି ପାଲିଙ୍କି ସହ ଗ୍ରାମର ପୂଜାରୀ ରବୀନ୍ଦ୍ର ପୂଜାରୀ, ଗାଁର ଗଣ୍ଡା ମୁନା ଗଣ୍ଡା, ବସନ୍ତ ମାଝୀ, ଧନେଶ୍ୱର ବିଶି, ରାମଚନ୍ଦ୍ର ଗୌଡ଼, କମଳୁ ରାଉତ, ନବ ଗୌଡ଼, ଦେବନାଥ  ଗୌଡ଼, ଯୁଗେଶ୍ୱର ବଗର୍ତ୍ତି, ଶୀରା ଗୌଡ,  ସୁଧୀର ଜଗତ, ଗୁରୁ ସୋରୀ, ଭରତ ପାଣ୍ଡେ, ତ୍ରୀନାଥ ରାଉତ, କେଶବ ସୋରୀ, ପ୍ରଦୀପ ଭୈସାଲ, ଫୁଲଚନ ଗୌଡ଼, ରବୀନ୍ଦ୍ର ରାଉତ, ପ୍ରମୁଖ ଗ୍ରାମ ପରିକ୍ରମା କରିଥିଲେ। 

Nabarangpur