ବୈଶିଙ୍ଗା: ସରକାରଙ୍କ ଠିକାଦାର ପୋଷଣ ନୀତି ଜଳଜଳ ଦେଖାଯାଉଛି। ବୈଶିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶ୍ଚର୍ଯ୍ୟଜନକ ଭାବେ ଦେଖିବାକୁ ମିଳିଛି ଏହିଭଳି କିଛି ଦୃଶ୍ୟ, ଯାହା ରୋଗୀ ଓ ରୋଗୀପରିବାରଙ୍କୁ ବ୍ୟଥିତ କରିବ। ଏଠାରେ ଡ୍ରେସିଂ ପାଇଁ ଉପଯୁକ୍ତ ଗୃହ ଖଣ୍ଡେ ନାହିଁ, କିନ୍ତୁ ନିର୍ମାଣ ହୋଇଛି ଦୁଇ ଦୁଇଟି ଶବଗୃହl
୧୦୦ବର୍ଷ ପୁରୁଣା ବୈଶିଙ୍ଗା ସ୍ବାସ୍ଥ୍ୟ କେନ୍ଦ୍ରକୁ ଦୀର୍ଘ ବର୍ଷ ହେଲା ସିଏଚ୍ସି ମାନ୍ୟତା ଦାବି ହେଉଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ଥାନୀୟ ୨୧ପଞ୍ଚାୟତର ଜନସାଧାରଣଙ୍କ ଠାରୁ ଆରମ୍ଭ କରି ବୈଶିଙ୍ଗା ଆଞ୍ଚଳିକ ପରିଷଦର ସଦସ୍ୟ ସଦସ୍ୟା ବାରମ୍ବାର ଦାବି ଉଠାଇବା ସହିତ ଆନ୍ଦୋଳନ କରି ଆସିଛନ୍ତିl ହେଲେ ସବୁବେଳେ ରାଜନୈତିକ ମୁଷ୍ଟିମେୟ ଲୋକଙ୍କ ଠାରୁ ଛଳନାର ଶିକାର ହୋଇଛନ୍ତିl ସରକାରଙ୍କ ଉକ୍ତ ଡାକ୍ତରଖାନା ପ୍ରତି ଉଦାସୀନତା ମନଭାବ ସ୍ଥାନୀୟ ଲୋକଙ୍କୁ ସବୁବେଳେ ହତତ୍ସାହିତ କରୁଛିl
ଡାକ୍ତରଖାନାର ଉନ୍ନତୀକରଣ ନାମରେ ଦେଖିବାକୁ ମିଳିଛି ଠିକାଦାର ପୋଷଣ ନୀତିl ଜରୁରୀ ନଥାଇ ନିର୍ମାଣ ହୋଇଛି ଦୁଇ ଦୁଇଟି ଶବ ଗୃହl ଲୋକଙ୍କ ଆବଶ୍ୟକତାକୁ ଲକ୍ଷ କରି ୨୦୨୨-୨୩ ଆର୍ଥିକ ବର୍ଷରେ ଡାକ୍ତରଖାନା ପରିସରରେ ୭ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ କରାଯାଇଥିଲା ଏକ ଶବଗୃହ, ଯାହା ସେତେବେଳର ବିଜେଡି ସମର୍ଥିତ ଠିକାଦାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲାl ମାସରେ କୋଉଠି ଥରେ ଦୁଇ ଥର ଏହି ଶବ ଖୋଲା ଯାଉଥିବାବେଳେ ଏବେ ପୁଣି ଡାକ୍ତରଖାନା ପରିସରରେ ନିର୍ମାଣ କରାଯାଇଛି ଅନ୍ୟ ଏକ ଶବ ଗୃହl ଯାହା ବିଜେପି ସମର୍ଥିତ ଠିକାଦାରଙ୍କ ଦ୍ୱାରା ନିର୍ମାଣ କରାଯାଇଛିl
ଦୁଇଟି ଶବ ଗୃହରେ ମରାଯାଇଥିବା ରଙ୍ଗରୁ ହିଁ ସ୍ପଷ୍ଟ ବାରି ପଡୁଛି ଦୁଇ ରାଜନୈତିକ ଦଳ ପକ୍ଷରୁ ଦୁଇଟି ଶବଗୃହ ନିର୍ମିତ ହୋଇଛି, ଗୋଟେ ସବୁଜ ରଙ୍ଗର ତ ଅନ୍ୟଟି ଗେରୁଆ ରଙ୍ଗରl ଯୋଉଁଥି ପାଇଁ ଏବେ ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ବାକି ରହିଥିବା ଅନ୍ୟ ଏକ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ପକ୍ଷରୁ ପୁଣି କେବେ ନିର୍ମାଣ ହୋଉଛି ଅନ୍ୟ ଏକ ଶବ ଗୃହl
ଅନ୍ୟପଟେ ବୈଶିଙ୍ଗା ଡାକ୍ତରଖାନା ଡାକ୍ତର ଅଭାବ, ରୋଗୀଙ୍କ ପାଇଁ ବେଡ଼ ଅଭାବ, ଔଷଧ ବିତରଣ ପାଇଁ ସଠିକ ଗୃହର ଅଭାବ, କ୍ୱାର୍ଟର ଅଭାବ ଭଳି ପ୍ରମୁଖ ସମସ୍ୟାକୁ କୌଣସି ରାଜନୈତିକ ଦଳଙ୍କ ଆଖିକୁ ନଜର ଆସୁନିl
ସେହିପରି ଜାତୀୟ ରାଜପଥ ପାର୍ଶ୍ୱରେ ସ୍ଥିତ ଉକ୍ତ ଡାକ୍ତରଖାନାକୁ ଦୈନିକ ଦୁର୍ଘଟଣା ଓ ନାନ୍ୟାନ୍ୟ କାରଣ ପାଇଁ ୩୦ରୁ ଅଧିକ ଲୋକ ଡ୍ରେସିଂ ହେବାପାଇଁ ଆସିଥାନ୍ତିl ମାତ୍ର ଡ୍ରେସିଂ ପାଇଁ ସ୍ୱତନ୍ତ୍ର ଏବଂ ସଠିକ ଭାବେ ଉପଯୁକ୍ତ ଡ୍ରେସିଂ ଗୃହ ନାହିଁl ଓଳି କଡରେ ଗୋଟେ ଛୋଟ ରୁମରେ ତ କେତେବେଳେ ପିଣ୍ଡା ଉପରେ କରାଯାଉଛି ଗୁରୁତର ପେସେଣ୍ଟଙ୍କ ଡ୍ରେସିଂl ତେବେ ଦରକାର ନଥାଇ ଦୁଇ ଦୁଇଟି ଶବଗୃହ ଲୋକଙ୍କୁ ଆଶ୍ଚର୍ଯ୍ୟନିତ କରିବା ସହିତ ଏବେ ଚର୍ଚ୍ଚାର ବିଷୟ ପାଲଟିଛିl
Health | Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/03/31/TMuWwOKEXUPBxEw315TH.jpg)