ବୈଶିଙ୍ଗା: ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ପାଖାପାଖି ୪୦ଡିଗ୍ରି ତାପମାତ୍ରା ରହୁଥିବା ବେଳେ ଡ଼ହଡହ ଖରାରେ ପଥିକଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ପାନୀୟ ଜଳ ସମେତ ଦହି ସର୍ବତ ଯୋଗାଉଛି ବୈଶିଙ୍ଗା ପୁଲିସ। ଥାନା ସମୁଖସ୍ଥ ରାସ୍ତା ପାର୍ଶ୍ୱରେ ହୋଇଥିବା ଜଳଛତ୍ରରେ ନିଜେ ଥାନା ଅଧିକାରୀ ଦହି ସର୍ବତ ବାଣ୍ଟିଛନ୍ତିl
ଆଜି ପବିତ୍ର ଉତ୍କଳ ଦିବସରେ ବୈଶିଙ୍ଗା ଥାନା ଅଧିକାରୀ ବାରିଣି ଦାସ ଉକ୍ତ ଜଳଛତ୍ର କେନ୍ଦ୍ରର ଆୟୋଜନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ କୁଜିଗଡି ଗ୍ରାମର ମନ୍ମଥ ପ୍ରମାଣିକ ଫିତା କାଟି ଏହାର ଉଦ୍ଘାଟନ କରିଥିଲେl ସବୁଠୁ ରୋଚକ କଥା ହେଲା କି ସବୁ ଆଡ଼େ ଜଳଛତ୍ର କରି ପଥିକଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଉଥିବାବେଳେ ବୈଶିଙ୍ଗା ଥାନା ଅଧିକାରୀ ପାଦେ ଆଗକୁ ଯାଇ ପ୍ରତିଦିନ ଉକ୍ତ ରାସ୍ତାରେ ଯାଉଥିବା ସ୍କୁଲ ଛାତ୍ରଛାତ୍ରୀ, ବସ ଯାତ୍ରୀ, ଅଟୋ ଯାତ୍ରୀ ସମେତ ସମସ୍ତ ପଥିକଙ୍କୁ ଦହି ସରବତ ପିଆଉଛନ୍ତି l ଏମିତି କି ଆଜି ଥାନା ଅଧିକାରୀ ନିଜେ ଉକ୍ତ ସରବତରେ ଦହି, ପୁଦିନା, ବିଟ ଲୁଣ, ଜଳଜିରା ଆଦି ପକେଇ ପାନୀୟ ପ୍ରସ୍ତୁତି କରି ଲୋକଙ୍କୁ ପିଆଇଛନ୍ତିl
ବୈଶିଙ୍ଗା ଥାନା ଅଧିକାରୀ ବାରିଣି ଦାସ ଉକ୍ତ ଜଳଛତ୍ର କେନ୍ଦ୍ରର ଆୟୋଜନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ କୁଜିଗଡି ଗ୍ରାମର ମନ୍ମଥ ପ୍ରମାଣିକ ଫିତା କାଟି ଏହାର ଉଦ୍ଘାଟନ କରିଥିଲେl ସବୁଠୁ ରୋଚକ କଥା ହେଲା କି ସବୁ ଆଡ଼େ ଜଳଛତ୍ର କରି ପଥିକଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଉଥିବାବେଳେ ବୈଶିଙ୍ଗା ଥାନା ଅଧିକାରୀ ପାଦେ ଆଗକୁ ଯାଇ ପ୍ରତିଦିନ ଉକ୍ତ ରାସ୍ତାରେ ଯାଉଥିବା ସ୍କୁଲ ଛାତ୍ରଛାତ୍ରୀ, ବସ ଯାତ୍ରୀ, ଅଟୋ ଯାତ୍ରୀ ସମେତ ସମସ୍ତ ପଥିକଙ୍କୁ ଦହି ସରବତ ପିଆଉଛନ୍ତି l
/sambad/media/media_files/2025/04/01/4e74597e-4380-4656-98d8-62fb6a0f391d-418774.jpg)
ଥାନା ଅଧିକାରୀଙ୍କ ନେତୃତ୍ୱରେ ଚାଲିଥିବା ଏହି ମହାନ ପ୍ରୟାସରେ ଏସଆଇ ଦେବାଶିଷ ମଣ୍ଡଳ, ଏଏସଆଇ ଭାବଗ୍ରାହୀ ମହାନ୍ତଙ୍କ ସହିତ ତାଙ୍କର ଅନ୍ୟ ସହଯୋଗୀ ମାନେ ଭରପୁର ସହଯୋଗ କରୁଛନ୍ତିl ଏହି କାର୍ଯ୍ୟକ୍ରମ ଅନବରତ ଭାବେ ଗ୍ରୀଷ୍ମଋତୁରେ ଚାଲୁରହିବ ବୋଲି ଥାନା ଅଧିକାରୀ ଶ୍ରୀ ବାରିକ ଜଣାଇଛନ୍ତିl
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/01/051dd8de-034a-4cb2-be00-e290ccd49601-455934.jpg)