ମାଲକାନଗିରି: ଜିଲ୍ଲାର ଖଇରପୁଟ ବ୍ଲକର ଅଣ୍ଡ୍ରାହାଲ ଏବଂ ମୁଦୁଲିପଡ଼ା ପଞ୍ଚାୟତରେ ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଲୋକେ ବସବାସ କରନ୍ତି। ଏହି ଅଂଚଳର ମହିଳାମାନେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ତେବେ ପୁରୁଷ ତୁଳନାରେ ଏହି ବଣ୍ଡା ମହିଳାଙ୍କୁ କମ୍ ମଜୁରୀ ପ୍ରଦାନ କରାଯାଉଛି। ଏହି ଅଂଚଳର ଯୁବତୀମାନେ ବଡି ଦିଦି ସଂଗଠନର ସଦସ୍ୟା ରହିଛନ୍ତି।
ଜିଲ୍ଲାପାଳଙ୍କୁ ଭେଟି ସମାନ କାମକୁ ସମାନ ମଜୁରୀ ପ୍ରଦାନ ନେଇ ଦାବିପତ୍ର ପ୍ରଦାନ କରିଥିଲେ। ବଣ୍ଟାଘାଟିରେ କେତେବେଳେ ତ ସରକାରୀ କାମ ଆଉ କେତେବେଳେ ବେସରକାରୀ କାମ ହୋଇଥାଏ। ଏଠାରେ ହେଉଥିବା କାମରେ ବଣ୍ଡା ଯୁବତୀମାନେ ଏବଂ ମହିଳାମାନେ କାମ କରିଥାନ୍ତି।
/sambad/media/media_files/2025/05/06/mkg-banda-women-meet-collector-293317.jpg)
ତେବେ ଏମାନେ ସରଳ ଓ ନିରୀହ ହୋଇଥିବାରୁ ଏମାନେ ଠକାମୀର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଦିନସାରା କାମ କରି କମ୍ ମଜୁରୀ ପାଉଥିବାରୁ ପରିବାର ପ୍ରତିପୋଷଣ କରିବାରେ ବହୁ ସମସ୍ୟା ଦେଖାଦେଉଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି। ତେଣୁ ଜିଲ୍ଲାପାଳ ଏନେଇ ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବଣ୍ଡା ମହିଳାମାନେ ଦାବି କରିଛନ୍ତି। ଜିଲ୍ଲାପାଳ ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ବେଳେ ମୁନି କାବାସୀ,ସମ୍ବାରୀ ବଡନାୟକ,ଜ୍ୟୋତିର୍ମୟୀ ଖରା,ମଧୁ ପୋଡିୟାମି,ମାଳତୀ ମାଡକାମୀ,ଲକ୍ଷ୍ମୀ ମାଡକାମୀ ପ୍ରମୁଖ ଉପସ୍ଥିତଥିଲେ।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/06/mkg-banda-women-meet-collector1-835960.jpg)