ଭୁବ‌ନେଶ୍ବର: ଆସନ୍ତା ସୋମବାର(ସେପ୍ଟେମ୍ବର ୯ ତାରିଖ) ଓଡ଼ିଶାରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଏଥିସହିତ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ସଂସ୍ଥା ମଧ୍ୟ ବନ୍ଦ ରହିବ। ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।

Advertisment

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳିତ ହେଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର କିଛି ଦିନ ପୂର୍ବରୁ ନୂଆଁଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ୮ ତାରିଖରେ ନୂଆଁଖାଇ ପଡୁଥିବା ସତ୍ତ୍ବେ ୯ ତାରିଖକୁ ସରକାର ଛୁଟି ଘୋଷଣା କରିଛନ୍ତି।