ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବସ୍ତର ପୁଲିସକୁ ମିଳିଛି ବଡ଼ ସଫଳତା। ବହୁ ଦିନରୁ ବିଭିନ୍ନ ହତ୍ୟା ମାମଲାରେ ଜଡିତ ଥିବା ଦୁର୍ଦାନ୍ତ ନକ୍ସଲ ସୁଖରାମ ମାଡକାମୀକୁ ପୁଲିସ ଖୋଜୁଥିଲା। ସେ ମିଲିସିଆ ଡେପୁଟି କମାଣ୍ଡର ଭାବେ କାମ କରୁଥିଲା। ବୁଧୁରାମ କର୍ମାଙ୍କୁ ହତ୍ୟା କରିଥିବା ଘଟଣାରେ ସୁଖରାମ ସାମିଲ ଥିଲା। ଏହି ଘଟଣା କଟେକଲ୍ୟାଣ ଅଂଚଳର ନଡେନାର ଗାଁର। ଏହା ପୂର୍ବରୁ ପୁଲିସ ୪ ଜଣ ନକ୍ସଲକୁ ଗିରଫ କରିସାରିଛି।

Advertisment

ଗତ ୩ ବର୍ଷ ହେଲା ଏହି ନକ୍ସଲ ଫେରାର ରହିଥିଲା। ମିଲିସିଆ କମାଣ୍ଡର ଭାବେ କଟେକଲ୍ୟାଣ ଅଂଚଳରେ କାମ କରି ଲୋକଙ୍କୁ ମାରପିଟ କରିବା, ହତ୍ୟା କରିବା, ପ୍ରଜାକୋର୍ଟରେ ନିରୀହଙ୍କୁ ହାଜିର କରାଇବା, ପୋଷ୍ଟର ମାରିବା, ପୁଲିସର ଗତିବିଧି ସଂପର୍କରେ ନକ୍ସଲଙ୍କୁ ସୂଚନା ଦେବା ଭଳି କାମ କରୁଥିଲା ସୁଖରାମ।