ନୀଳଗିରି (ଦିଲୀପ କୁମାର ସ୍ବାଇଁ): ଖାଦ୍ୟ ଅନ୍ବେଷଣରେ ଆସି ଟ୍ରାନ୍ସଫର୍ମରରେ ଫସି ବିଦ୍ୟୁତ୍ ଆଘାତରେ ଭାଲୁ ମୃତ,ଲୋକେ ଆତଙ୍କିତ। ନୀଳଗିରି ବନବିଭାଗ ଅଧୀନ ମିତ୍ରପୁର ବିଟ୍ ତଇଲା ସାହି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବିଦ୍ୟୁତ ବିଭାଗର କର୍ମଚାରୀ ଆସି ଭାଲୁଟିକୁ ଟ୍ରାନ୍ସଫର୍ମରରୁ କାଢିଥିବା ବେଳେ ବନବିଭାଗକୁ ହସ୍ତାନ୍ତର କରାଯାଇଛି।

Advertisment

ବିଳମ୍ବିତ ରାତିରେ ସ୍ବର୍ଣ୍ଣଚୂଡ଼ ପାହାଡ଼ ପାଦଦେଶରୁ ଭାଲୁଟି ଖାଦ୍ୟ ଅନ୍ବେଷଣରେ ଆସି କେପିମହଲ ନିକଟସ୍ଥ  ତଇଲାସାହିରେ ପଶିଥିବା ବେଳେ ଗ୍ରାମର ଏକ ବରଗଛରେ ମହୁ ଖାଇବା ଉଦ୍ଦେଶ୍ୟରେ ଭାଲୁଟି ଚଢ଼ିଥିବା ବେଳେ କୌଣସି କାରଣବଶତଃ ଖସିପଡ଼ି ତଳେ ଥିବା ୩୩ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ପଡ଼ିଥିଲା। ଫଳରେ ଭାଲୁର ପେଟରେ ବିଦ୍ୟୁତ ଆଘାତ ଦ୍ବାରା ବିରାଟ କ୍ଷତ ସୃଷ୍ଟି ହେବା ସହ ଭାଲୁଟି ମୃତ୍ୟୁବରଣ କରିଥିଲା।

ସୂଚନା ମୁତାବକ, ବିଳମ୍ବିତ ରାତିରେ ସ୍ବର୍ଣ୍ଣଚୂଡ଼ ପାହାଡ଼ ପାଦଦେଶରୁ ଭାଲୁଟି ଖାଦ୍ୟ ଅନ୍ବେଷଣରେ ଆସି କେପିମହଲ ନିକଟସ୍ଥ  ତଇଲାସାହିରେ ପଶିଥିବା ବେଳେ ଗ୍ରାମର ଏକ ବରଗଛରେ ମହୁ ଖାଇବା ଉଦ୍ଦେଶ୍ୟରେ ଭାଲୁଟି ଚଢ଼ିଥିବା ବେଳେ କୌଣସି କାରଣବଶତଃ ଖସିପଡ଼ି ତଳେ ଥିବା ୩୩ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ପଡ଼ିଥିଲା। ଫଳରେ ଭାଲୁର ପେଟରେ ବିଦ୍ୟୁତ ଆଘାତ ଦ୍ବାରା ବିରାଟ କ୍ଷତ ସୃଷ୍ଟି ହେବା ସହ ଭାଲୁଟି ମୃତ୍ୟୁବରଣ କରିଥିଲା।

ସକାଳୁ ସ୍ଥାନୀୟ ଲୋକେ ଦେଖିବା ପରେ ବିଦ୍ୟୁତ ବିଭାଗ ଓ ବନବିଭାଗକୁ ଏନେଇ ଅବଗତ କରିଥିଲେ। ବିଦ୍ୟୁତ ବିଭାଗ ଭାଲୁଟିକୁ ଟ୍ରାନ୍ସଫର୍ମରରରୁ ବାହାରକୁ କାଢ଼ିଥିବା ବେଳେ ବନ ବିଭାଗକୁ ହସ୍ତାନ୍ତର କରିଛି। ଭାଲୁଟି ପୁରୁଷ କି ମାଈ ଓ ଏହାର ବୟସ କେତେ ଏବଂ ମୃତ୍ୟୁର କାରଣ ବିଦ୍ୟୁତ୍ ଆଘାତ ନା ଆଉ କିଛି, ସେ ଦିଗରେ ବନବିଭାଗ ତଦନ୍ତ ଆରମ୍ଭ କରିଛି।