ବେଲପଡ଼ା: ରାଜ୍ୟ ସରକାର କିଛି ଦିନ ପୂର୍ବରୁ ୭ଟି ଜିଲ୍ଲାର ୧୨ଟି ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଘୋଷଣା ହେଲା ପରେ ରାଜ୍ୟର ଅନ୍ୟ ଆଶାୟୀ ସହରରେ ଅସନ୍ତୋଷ ଦେଖାଯାଇଛି। ବଲାଙ୍ଗୀରଜିଲ୍ଲା ବେଲପଡ଼ା ମଧ୍ୟ ଏହି ଅସନ୍ତୋଷ ଭିତରେ ସାମିଲ ହୋଇଛି। ଏହି ପରିପ୍ରେକ୍ଷୀରେ ବେଲପଡ଼ାବାସୀ ଆଜି ବେଲପଡ଼ାକୁ ଏନ୍ଏସି ଘୋଷଣା ଦାବି କରିଛନ୍ତି। ଏଥି ପାଇଁ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି। ବେଲପଡ଼ାବାସୀ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି। ପିକେଟିଂ କରି ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଆନ୍ଦୋଳନକାରୀ।
ରାଜ୍ୟ ସରକାର ବିଗତ ଦିନରେ ସରକାର ୭ଟି ଜିଲ୍ଲାର ୧୨ଟି ଅଞ୍ଚଳକୁ ଏନଏସି ଘୋଷଣା କରିଛନ୍ତି। କିନ୍ତୁ ସମସ୍ତ ଭିତ୍ତିଭୂମି ଥିବା ସତ୍ୱେ ମଧ୍ୟ୍ୟ ବେଲପଡ଼ାକୁ ବାଦ ଦେଇଥିବା ଅଭିଯୋଗ ଆଣିଛନ୍ତି। ବେଲପଡ଼ାବାସୀ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି। ପିକେଟିଂ କରି ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଆନ୍ଦୋଳନକାରୀ।
ଆନ୍ଦୋଳନରେ ବେଲପଡ଼ାର ବିଭିନ୍ନ ସଂଗଠନ ସହ ରାଜନୈତିକ ଦଳ ମଧ୍ୟ୍ୟ ସାମିଲ ଥିଲେ। ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ଥିଲା। ତେବେ ଏଥିରୁ ଜରୁରୀକାଳୀନ ସେବା କୁ ବାଦ ଦିଆଯାଇଥିଲା। ବନ୍ଦ ପାଳନରେ ମଧୁସୂଦନ ଦାସ, ଅରୁଣ ପାଣିଗ୍ରାହୀ, ଜନାର୍ଦ୍ଦନ ସିଂ, ଜିତୁ ସିଂ, ମୁନା ମେହେର ସହ ଅଞ୍ଚଳ ର ସହ ସହ ଲୋକ ସାମିଲ ହେଇଥିଲେ। ଆନ୍ଦୋଳନ ସ୍ଥାନକୁ ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ କୁମାର ମେହେର ମଧ୍ୟ୍ୟ ପହଂଚି ପୂର୍ଣ୍ଣ ସମର୍ଥନ ଜଣେଇଥିଲେ। ବେଲପଡ଼ା ଜନସାଧାରଣ ସହ ବିଜେଡି ସବୁ ସମୟରେ ଛିଡା ରହିଛି ଓ ଆଗକୁ ମଧ୍ୟ୍ୟ ରହିବ ବୋଲି ମନ୍ତବ୍ୟ ଦେଇଛନ୍ତି।
Balangir
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/08/21/belpada-2025-08-21-17-54-33.jpg)