ଭଦ୍ରକ: କଂଗ୍ରେସର ଯୁବନେତା ଅସିତ ପଟ୍ଟନାୟକ ଭଦ୍ରକ ଜିଲ୍ଲା କଂଗ୍ରେସର ନୂତନ ଜିଲ୍ଲା ସଂଯୋଜକ ଭାବରେ ମନୋନୀତ ହେବା ପରେ ଆଜି ତାଙ୍କୁ ସ୍ଵାଗତ ସମ୍ବର୍ଧନା ଦେବା ପାଇଁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଗେଲପୁର ଛକରୁ ବାହାରି ଭଦ୍ରକ ସହର ପରିକ୍ରମା କରି ତାଙ୍କୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟକୁ ଅଣାଯାଇଥିଲା। କଂଗ୍ରେସ କାର୍ଯ୍ୟଳୟ ପଡ଼ିଆରେ ଏକ ସମ୍ବର୍ଦ୍ଧନା ସଭାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏହି ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା ସଭାରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତା ଯୋଗଦେଇଥିଲେ। ଏକ ଖୋଲା ଜିପ୍ରେ ଅସିତଙ୍କ ସହ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ସହର ପରିକ୍ରମା କରି କଂଗ୍ରେସ କାର୍ଯ୍ୟଳୟ କୁ ଅଣାଯାଇଥିଲା।
ଏହି ସମାଦେଶରେ ନେତାମାନେ ତାଙ୍କ ବକ୍ତବ୍ୟରେ କହିଲେ ଆସନ୍ତା ୧୧ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ନେତା ତଥା ବିରୋଧ ଦଳ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କ ଏହି ଓଡ଼ିଶା ଗସ୍ତ ପାଇଁ ନେତାଠୁ ନେଇ କର୍ମୀମାନେ ବେଶ ଉତ୍ସାହିତ ଅଛନ୍ତି। ଓଡ଼ିଶାରେ ଶାସନ ଭାର ପରିବର୍ତନ ହୋଇଛି। ବିଜେପି ରାଜ୍ୟରେ ଶାସନ କରୁଛି। ଏହି ଏକ ବର୍ଷ ଭିତରେ ରାଜ୍ୟରେ ଅନେକ ଗଣଦୁଷ୍କର୍ମ, ଆଇନ ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ସମ୍ବିଧାନ ବଞ୍ଚାଓ କାର୍ଯ୍ୟକ୍ରମରେ ଆସି ଯୋଗ ଦେବେ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନା।
ଆଜି ଭଦ୍ରକ ଠାରେ ନୂତନ କରି ଜିଲ୍ଳା ସଂଯୋଜକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅସିତ ପଟ୍ଟନାୟକଙ୍କ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଜିଲ୍ଲାରେ କଂଗ୍ରେସ ଆଗକୁ ଆହୁରି ସଦୃଢ଼ ହେବ ବୋଲି ସମାବେଶରେ ଯୋଗଦେଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପି ସି ସି ସଭାପତି , ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ତାଙ୍କ ଭାଷଣରେ ପ୍ରକାଶ କରିଥିଲେ। ଏକତା ହିଁ କଂଗ୍ରେସର ବଳ ବୋଲି ନିରଞ୍ଜନ କହିଥିଲେ। କଂଗ୍ରେସ କର୍ମୀ ଓ ନେତାମାନଙ୍କ ଭିତରେ ଏକତା ରହିଛି। ଏହି ଏକତା ଆଗକୁ ଆହୁରି ସୁଦୃଢ ହେବ। କଂଗ୍ରେସ ପୁଣି କ୍ଷମତାକୁ ଆସିବ ବୋଲି କହିଥିଲେ।
ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ପ୍ରମୁଖ ସାମିଲ ହୋଇଥିଲେ। ଆଗାମୀ ଦିନରେ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ କଂଗ୍ରେସ ତୃଣମୂଳ ସ୍ଥରରେ ଆହୁରି ସକ୍ରିୟ ଭାବରେ କାମ କରିବା ପାଇଁ ବରିଷ୍ଠ ନେତାମାନେ ସମାବେଶରେ କହିଥିବା ବେଳେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା। ସେହିପରି ଆଗାମୀ ରାହୁଲ ଗାନ୍ଧୀଙ୍କ ଗସ୍ତକୁ କିପରି ସଫଳ ହେବ ସେ ନେଇ ଆଲୋଚନା କରିଥିଲେ। ଆଜିର ଏହି ଶୋଭାଯାତ୍ରା ଓ ସମାବେଶରେ ଭଦ୍ରକ ଜିଲ୍ଲାରେ କଂଗ୍ରେସ ଶିବିର ଉତ୍ଫୁଳିତ ହୋଇଛି।
politics | congress | Niranjan Patnaik | Bhadrak