ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଭୁବନେଶ୍ବର ମେଟ୍ରେ ରେଳ ପ୍ରକଳ୍ପ ନେଇ ନୂଆଁ ଅପ୍ଡେଟ୍ ଆସିଛି। ରାଜ୍ୟ ସରକାର ଭୁବନେଶ୍ବରରେ ମେଟ୍ରୋ ଟ୍ରେନ୍ ବ୍ରିଜ୍ ଉପର ବଦଳରେ ମାଟି ଭିତର ଦେଇ ଚଳାଚଳ କରିବାକୁ ଯୋଜନା କରୁଛନ୍ତି। ଏଥି ପାଇଁ ପ୍ରାୟତଃ ପ୍ରସ୍ତୁତି ସଂପର୍କିତ ଆଲୋଚନା ମଧ୍ୟ ହୋଇସାରିଛି। କୋଲକାତା ମେଟ୍ରୋ ଟ୍ରେନ୍ ଭଳି ଭୁବନେଶ୍ବର ମେଟ୍ରୋ ରେଳ ଅଣ୍ଡରଗ୍ରାଉଣ୍ଡ ହେବ। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜଧାନୀରେ ଅଣ୍ଡରଗ୍ରାଉଣ୍ଡ ହେବ ମେଟ୍ରୋ। ମାଟି ତଳେ ଚାଲିବ ମେଟ୍ରୋ।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ରାଜ୍ୟର ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହି କାରଣରୁ ଜନଗହଳି ବଢ଼ିବାରେ ଲାଗିଛି। ଭୁବନେଶ୍ବରରେ ଯେଉଁଭଳି ଭାବେ ଦିନକୁ ଦିନ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଉଛି, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ପ୍ଲାନ୍ କରିଛନ୍ତି। ସେଥିପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ଅଣ୍ଡରଗ୍ରାଉଣ୍ଡ କରାଯିବାକୁ ନିଷ୍ପତ୍ତି ହୋଇଛି।
ରାଜ୍ୟର ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହି କାରଣରୁ ଜନଗହଳି ବଢ଼ିବାରେ ଲାଗିଛି। ଭୁବନେଶ୍ବରରେ ଯେଉଁଭଳି ଭାବେ ଦିନକୁ ଦିନ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଉଛି, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ପ୍ଲାନ୍ କରିଛନ୍ତି।
-ପୃଥ୍ବୀରାଜ ହରିଚନ୍ଦନ, ପୂର୍ତ୍ତମନ୍ତ୍ରୀ, ଓଡ଼ିଶା ସରକାର
ଭୁବନେଶ୍ବରରେ ପ୍ରସ୍ତାବିତ ମେଟ୍ରୋ ରେଳ ପାଇଁ ତତ୍କାଳୀନ ସରକାରରେ ମୂଳଦୁଆ ପଡ଼ିଥିଲା। ଗତବର୍ଷ ଜାନୁଆରି ପହିଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ରେଳ ପାଇଁ ତ୍ରିଶୁଳିଆ ନିକଟ ରତଗଡ଼ର ଲେଙ୍କା ସାହିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପ ପାଇଁ ମୋଟ ୬୨୫୫ କୋଟି ଟଙ୍କା ବ୍ୟୟ ହୋଇଛି। ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ପକଳ୍ପର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ। ପରବର୍ତ୍ତୀ ସମୟରେ ଏହା ଏସ୍ସିବି ପର୍ଯ୍ୟନ୍ତ ସଂପ୍ରସାରଣ ହେବ। ଏହା ମଧ୍ୟରେ ମୋଟ ୨୨ଟି ଷ୍ଟେସନ ରହିବ। ରାଜମହଲ, ଜୟଦେବ ବିହାର, କ୍ୟାପିଟାଲ ହସପିଟାଲ, ପଟିଆ ପ୍ରଭୃତି ପ୍ରମୁଖ ସ୍ଥାନ ସହ ଅନ୍ୟ ଜାଗାରେ ଷ୍ଟେସନ ବ୍ୟବସ୍ଥା ହେବ। ଏହି ପ୍ରକଳ୍ପର ନିର୍ମାଣ କାମ ୨୦୨୭ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
Bhubaneswar Metro Train