ମାଲକାନଗିରି: ଭୋଟ ପାଇଁ ତତ୍କାଳୀନ ସରକାରଙ୍କର ଆଖିବୁଜା ଉଦଘାଟନ। ପ୍ରଥମେ ମାଲକାନଗିରି ଜିଲ୍ଲାକୁ ଆକାଶରେ ଉଡିବାର ସ୍ବପ୍ନ ଦେଖାଇ ଅତି ତରବରିଆ ଭାବେ ବିମାନବନ୍ଦରଟିକୁ ଉଦଘାଟନ କରାଯାଇଥିଲା। ପ୍ରାୟ ୭୦ କୋଟି ଟଂକାରେ ନିର୍ମିତ ଏହି ବିମାନବନ୍ଦରରେ ଖାଲି ଦୁର୍ନିତୀର ଗନ୍ଧ ବାରି ହୋଇପଡୁଛି। ଅତି ନିମ୍ନମାନର କାମ ଯୋଗୁଁ ଦୁଇ ଜଣଙ୍କର ଜୀବନ ମଧ୍ୟ ଚାଲିଗଲା, ଯାହା ସ୍ପଷ୍ଟ କଲା ଏହି କାମର କାର୍ଯ୍ୟ ଉପରେ।
ପ୍ରାୟ ୭ ଏକର ଜାଗାରେ ନିର୍ମାଣ ହୋଇଥିବା ଏହି ଏଜୁକେସନ କମ୍ପ୍ଲେକ୍ସ(ଶିକ୍ଷା ପରିସର)ରେ ପଢ଼ିବେ ୧୦୦୦ ଛାତ୍ରଛାତ୍ରୀ। ଏଥିରେ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା ସହ ସ୍ୱତନ୍ତ୍ର ଇ-ଲାଇବ୍ରେରି, ଏନସିସି ରୁମ, ଆଇସିଟି ସ୍ମାର୍ଟ ଲେର୍ନିଙ୍ଗ ସେଣ୍ଟର, ସାଇନ୍ସ ଲ୍ୟାବ, ଟ୍ରାଇବାଲ କର୍ଣ୍ଣର ସହ ୨୦୦ ଛାତ୍ର ଓ ୫୦୦ ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ। ନିର୍ବାଚନ ଠିକ ପୂର୍ବରୁ ସ୍ୱାଭିମାନିଙ୍କ ଭୋଟ ହାତେଇବା ପାଇଁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳର ବଡ଼ପଡ଼ାରେ ୧୯ କୋଟି ଟଙ୍କା ବ୍ୟୟବରାଦରେ ନିର୍ମାଣ ହୋଇଥିବା ଏଜୁକେସନ କମ୍ପ୍ଲେକ୍ସକୁ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ଏବେ ଏହାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି।
ଉଦଘାଟନକୁ ମାତ୍ର ୭ ମାସ ବିତିଥିବା ବେଳେ ଅଧିକାଂଶ ଗୃହରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇଥିବା ଯୋଗୁଁ ଏବେ ଛାତ୍ରଛାତ୍ରୀମାନେ ଏଜୁକେସନ କମ୍ପ୍ଲେକ୍ସ ଯିବାକୁ ଭୟ ପ୍ରକାଶ କରୁଛନ୍ତି। ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ତଥା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମାଲକାନଗିରିରେ ପହଁଚିଲା ପରେ ଗୁରୁପ୍ରିୟା ସେତୁ ବୁଲିବା ସହ ସ୍ୱାଭିମାନ ଅଂଚଳର ବଡପଡାରେ ଆଇଟିଡିଏ ପକ୍ଷରୁ ନିର୍ମିତ ହୋଇଥିବା ଏହି ଏଜୁକେସନ କମ୍ପ୍ଲେକ୍ସ ପରିଦର୍ଶନ କରିଥିଲେ ମନ୍ତ୍ରୀ। ରାଜ୍ୟର ସବୁ ଜାଗାରେ ନିମ୍ନମାନର ନିର୍ମାଣ କାର୍ଯ୍ୟ କରି ଆଦିବାସିଙ୍କ ନାମରେ ପୁରୁଣା ସରକାର କୋଟି କୋଟି ଟଂକା ଲୁଟ କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ।
/sambad/media/media_files/2024/10/16/mkg-educational-complex-scam.jpg)
ଏହାସହ ବଡ଼ପଡ଼ା ଏଜୁକେସନ କମ୍ପ୍ଲେକ୍ସର କାର୍ଯ୍ୟକୁ ନେଇ ବଡ଼ଧରଣର ତଦନ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ। କୋଉଠି ଛାତରୁ ପାଣି ଗଲୁଛି ତ ଆଉ କେଉଁଠି କାନ୍ଥର ପ୍ଲାଷ୍ଟର ଛାଡ଼ିଗଲାଣି। ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହୋଇଥିବା ଶୌଚାଳୟ ଅବସ୍ଥା ଅତି ଶୋଚନୀୟ। ମନ୍ତ୍ରୀ ବୁଲିବା ସମୟରେ ପୁରୁଣା ସରକାରର ଦୁର୍ନୀତିର ପେଡ଼ି ଖୋଲିଥିଲେ। ମାଓ ଅଂଚଳରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ନିର୍ମାଣ ହେଲା ଏଜୁକେସନ କମ୍ପ୍ଲେକ୍ସ। ଆଉ ଏଥିପାଇଁ ଖର୍ଚ ହେଲା ୧୯ କୋଟି ଟଂକା କିନ୍ତୁ ଉଦଘାଟନର ବର୍ଷେ ନପୁରୁଣୁ ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ଏବେ ନିର୍ମାଣରେ ବଡ଼ଧରଣର ଦୁର୍ନୀତିକୁ ନେଇ ଖପ୍ପା ହୋଇଛନ୍ତି ବିଭାଗୀୟ ମନ୍ତ୍ରୀ ଓ ଦେଇଛନ୍ତି ତଦନ୍ତ ନିର୍ଦ୍ଦେଶ। ବିଭାଗୀୟ ଅଧିକାରୀ ଏନେଇ ଚୁପ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/16/mkg-educational-complex-scam1.jpg)