ଧାମନଗର: ବିଜୟା ଦଶମୀ ନଗର ପରିକ୍ରମା ଦେଖି ଫେରୁଥିବା ବେଳେ ବାଇକ୍ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଭଦ୍ରକ ଜିଲ୍ଲା ଧାମନଗର-ଦୋଭଲ ମୁଖ୍ୟ ରାସ୍ତା ଜରାନିବାସ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।
ବିଳମ୍ବିତ ରାତିରେ ଧାମନଗର ବିଜ୍ଞାପିତ ଅଞ୍ଚଳରେ ବିଜୟୀ ଦଶମୀ ନଗର ପରିକ୍ରମା ଦେଖିବାକୁ ଲୋକ ଛୁଟି ଆସୁଥିଲେ। ଏହି ସମୟରେ ୨ ବାଇକ ମୁହାଁମୁହିଁ ଧକ୍କା ଫଳରେ ମୁହାଁଣପଡା ଗ୍ରାମର ଶୁଭପ୍ରକାଶ ସେଠୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏଥିରେ ଗୁରୁତର ହୋଇଥିବା ୩ ଜଣଙ୍କୁ କଟକ ସ୍ଥାନାନ୍ତାରିତ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଧାମନଗର ବିଜ୍ଞାପିତ ଅଞ୍ଚଳରେ ବିଜୟୀ ଦଶମୀ ନଗର ପରିକ୍ରମା ଦେଖିବାକୁ ଲୋକ ଛୁଟି ଆସୁଥିଲେ। ଏହି ସମୟରେ ୨ ବାଇକ ମୁହାଁମୁହିଁ ଧକ୍କା ଫଳରେ ମୁହାଁଣପଡା ଗ୍ରାମର ଶୁଭପ୍ରକାଶ ସେଠୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏଥିରେ ଗୁରୁତର ହୋଇଥିବା ୩ ଜଣଙ୍କୁ କଟକ ସ୍ଥାନାନ୍ତାରିତ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
accident