କୋଣାର୍କ: ଗତକାଲି ବିଳମ୍ବିତ ରାତିରେ ଦଶବାଟିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବୃଦ୍ଧଙ୍କୁ ଏକ ବାଇକ ପିଟିବା ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି।
ଏରବଙ୍ଗ ଗ୍ରାମର ନାରାୟଣ ଦଳାଇ ବାଇକରେ କୋଣାର୍କରୁ ଘରକୁ ଫେରୁଥିବା ବେଳେ ବଗଲେଇ ଗ୍ରାମର ବାପି ପାତ୍ର(୫୮) ରାସ୍ତା ପାର ହେଉଥିବା ବେଳେ ଦୁର୍ଘଟଣା ଘଟିଥିଲା। କୋଣାର୍କ ପୁଲିସ ବିଳମ୍ବରେ ପହଞ୍ଚିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ବାଇକ ଆରୋହୀ ନାରାୟଣଙ୍କୁ ଉତ୍ତ୍ୟକ୍ତ ଲୋକେ କୋଣାର୍କ ପୁଲିସ ଉପସ୍ଥିତରେ ନିର୍ଦ୍ଧୁମ ଛେଚିଥିଲେ। ଏହି ଭିଡିଓ ଏବେ ଭାଇରାଲ ହେଉଛି।ଗୁରୁତର ନାରାୟଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଗୋପ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ଅନୁଯାୟୀ,ଏରବଙ୍ଗ ଗ୍ରାମର ନାରାୟଣ ଦଳାଇ ବାଇକରେ କୋଣାର୍କରୁ ଘରକୁ ଫେରୁଥିବା ବେଳେ ବଗଲେଇ ଗ୍ରାମର ବାପି ପାତ୍ର(୫୮) ରାସ୍ତା ପାର ହେଉଥିବା ବେଳେ ଦୁର୍ଘଟଣା ଘଟିଥିଲା। କୋଣାର୍କ ପୁଲିସ ବିଳମ୍ବରେ ପହଞ୍ଚିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ବାଇକ ଆରୋହୀ ନାରାୟଣଙ୍କୁ ଉତ୍ତ୍ୟକ୍ତ ଲୋକେ କୋଣାର୍କ ପୁଲିସ ଉପସ୍ଥିତରେ ନିର୍ଦ୍ଧୁମ ଛେଚିଥିଲେ। ଏହି ଭିଡିଓ ଏବେ ଭାଇରାଲ ହେଉଛି।ଗୁରୁତର ନାରାୟଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଗୋପ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି।
accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/26/IcrkVARlK9z32UV8mFXJ.jpg)