କୋରାପୁଟ: ଦୁର୍ଗମ ଅଂଚଳରୁ ପ୍ରସୁତି ମା, ଗୁରୁତର ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବା ଲକ୍ଷ୍ୟ ନେଇ କୋରାପୁଟ ଜିଲ୍ଲାର ଲମତାପୁଟ, ବୈପାରୀଗୁଡା, ବୋରିଗୁମ୍ମା, ଦଶମନ୍ତପୁର, ବନ୍ଧୁଗାଁ, ସେମିଳିଗୁଡା, ପଟାଙ୍ଗୀ ଓ ନନ୍ଦପୁର ବ୍ଲକରେ ଗୋଟିଏ ଲେଖାଏଁ ବାଇକ(ବୁଲେଟ୍ ) ଆମ୍ବୁଲାନ୍ସ ଆରମ୍ଭ ହୋଇଥିଲା। ତାହା ଏବେ ଫେଲ୍ ମାରିଛି। ଏହା ସହ ରାଜ୍ୟସରକାର ଆଖି ବୁଜା ଅନୁଦାନ ଦେଉଥିବା ୧୦୮ ଓ ୧୦୨ଆମ୍ବୁଲାନସ୍ ବି ଭଲ ଥିବା ରାସ୍ତାରେ ନ ଯାଇ ଠିକଣା ସମୟରେ ସେବା ଯୋଗାଉ ନଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା କୋରାପୁଟ ଜିଲ୍ଲାର କୋରାପୁଟ ବ୍ଲକର ମାଥାଲପୁଟ ଗୋଷ୍ଠୀ ଚିକିତ୍ସାକେନ୍ଦ୍ର ନିକଟରେ ଦେଖିବାକୁ ମିଳିଥିଲା।
ଆମ୍ବୁଲାନସ୍ କିଛି ନ ମିଳିବାରୁ ଜଣେ ପ୍ରସୁତି ମହିଳା ସେ ଆସୁଥିବା ଅଟୋ ମଧ୍ୟରେ ହିଁ ରାସ୍ତାରେ ଶିଶୁକନ୍ୟାକୁ ପ୍ରସବ କରିଥିଲେ। ଛୁଆର ଫୁଲ ପଡ଼ିନଥିବା ବେଳେ ନାଇ ବି କଟାଯାଇନଥିଲା। ବିପଦସଂକୁଳ ଏବଂ ଜୀବନକୁ ବାଜି ଲଗା ଅବସ୍ଥାରେ ହିଁ ସେଭଳି ପ୍ରସୁତି ମହିଳାଙ୍କୁ ଡାକ୍ତରଖାନା ଠାରୁ ୭କିଲୋ ମିଟର ଦୁରରେ ଥିବା କୋରାପୁଟ ବ୍ଲକର ଡୁମୁରିପଦର ପଂଚାୟତ ଗୁଜିଂଗୁଡା ଗାଁରୁ ଅଣାଯାଇଥିଲା। ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ପହଚିଂବା ପରେ ପ୍ରସୁତିଙ୍କୁ ଦେଖି ଯେଭଳି ତତ୍ପରତା ଡାକ୍ତରଖାନା ପକ୍ଷରୁ ଦେଖାଇବା କଥା ଦେଖାଇ ନଥିବା ଦେଖିବାକୁ ମିଳିଥିଲା। ସେଠାରେ ଉପସ୍ଥିତ ଥିବା ଆମ ପ୍ରତିନିଧି ଏ ନେଇ ଡାକ୍ତରଖାନାର କର୍ମଚାରୀଙ୍କୁ ଡାକିବା ପରେ ତାଙ୍କ ସହ ଆସିଥିବା ଆଶା କର୍ମୀ ରଜନୀ ସାନ୍ତା, ଅନ୍ୟ ଜଣେ ଡାକ୍ତରଖାନାର ମହିଳା ଆଟେଣ୍ଡାଣ୍ଟ ଶିଶୁର ନାଭି କାଟିଥିଲେ। ଏହା ପରେ ଶିଶୁ କାନ୍ଦିଥିବା ଦେଖିବାକୁ ମିଳିଥିଲା।
/sambad/media/media_files/gcLD4uyp9mCmxvudTSmT.jpg)
ମହିଳା ଜଣକ ଗୁରୁତର ସ୍ଥିତିରେ ଅଟୋରେ ବସି ରହିଥିବା ବେଳେ ସେହି ରାସ୍ତା ଦେଇ ଜଣେ ମହିଳା ଡାକ୍ତର ସେଭଳି ଚାଳି ଚାଳି ପଳାଇ ଯାଇଥିଲେ। ଆଜି ସକାଳ ୧୦ଟା ବେଳେ ଗୁଜିଂପଦରର ତାପସ ଓରଫ ତିଳି ପୁଜାରୀଙ୍କ ପତ୍ନୀ ଆନ୍ଦେ ସାନ୍ତା ରୋଷଇ କରୁଥିବା ବେଳେ ଅଚାନକ ଗର୍ଭବେଦନା ଆରମ୍ଭ ହୋଇଥିଲା। ସେ ତାଙ୍କ ସ୍ବାମୀ ତିଳିଙ୍କୁ ଏସଂପର୍କରେ ଜଣାଇବା ପରେ ତିଳି ନିଜେ ନିଜ ଫୋନରେ ବାରମ୍ବାର ଜନନୀ ସୁରକ୍ଷା ଯୋଜନାର ୧୦୨ଆମ୍ବୁଲାନସ୍ ଓ ୧୦୮ଆମ୍ବୁଲାନସକୁ ଫୋନ କରିଥିଲେ।
ତେବେ ଆମ୍ବୁଲାନସ୍ ଦୂରରେ ରହିଥିବା କହିଥିବା ତିଳି କହିଛନ୍ତି। ସେ ଗାଁର ଅଟୋ ଚାଳକ ବାହାମି ପୁଜାରୀଙ୍କୁ ଫୋନ କରି ତାଙ୍କ ଅଟୋରେ ପ୍ରସୁତି ମହିଳାଙ୍କୁ ଧରି ଆସିଥିଲେ। ବାଟରେ ପ୍ରସବ ବେଦନା ବଢ଼ିବା ପରେ ରାସ୍ତାରେ ଅଳ୍ପ ସମୟ ସେ ରଖିଥିଲେ। ବାଟରେ ହିଁ ଅନ୍ଦେ ସାନ୍ତା ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଗୁରୁତର ଅବସ୍ଥାରେ ହିଁ ଅନ୍ଦେ ନିଜ ନବଜାତ ଶିଶୁଙ୍କୁ କନାରେ ଗୁଡ଼ାଇ ବହୁ କଷ୍ଟରେ ବସି ଅଟୋରେ ଡାକ୍ତରଖାନା ପହଚିଂଥିବା ତିଳି ଓତାଙ୍କ ସମ୍ପର୍କୀୟା ମହିଳା ମାନେ କହିଛନ୍ତି। ଡାକ୍ତରଖାନାରେ ଯେଭଳି ସେବା ଶ୍ରୃଶୁସା ଯୋଗାଇବା କଥା ଏଯାଏଁ ଯୋଗାଯାଇନଥିବା ଅଭିଯୋଗ କରିଛନ୍ତି ତିଳି।ଏପରିକି ସେ ତାଙ୍କ ପତ୍ନୀ ଆନ୍ଦେଙ୍କୁ ନେଇ ଡାକ୍ତରଖାନାରେ ପହଚିଂବା ବେଳେ ସେଠାରେ ୧୦୨ଆମ୍ବୁଲାନସ୍ ଠିଆ ହୋଇରହିଥିବା ଦେଖିବାକୁ ମିଳିଥିଲା।
ଏ ନେଇ ମାଥାଲାପୁଟ ସିଏଚସି ଅଧିକାରୀ ଡାକ୍ତର ସୁମନ କୁମାର ଟପ୍ନେଙ୍କୁ ପଚାରିବାରେ ସେ କହିଲେ ତାଙ୍କ ଅଧିନରେ ୧୦୨ କିମ୍ବା ୧୦୮ଆମ୍ବୁଲନାସ ନାହିଁ। ଆଟୋରେ ଏଭଳି ପ୍ରସୁତି ମହିଳାଙ୍କୁ ଆଣିବା ଉଭୟ ପ୍ରସୁତି ମା ଓ ନବଜାତ ଶିଶୁଙ୍କ ପାଇଁ ବିପଦଜନକ। ସେ ଏସମ୍ପର୍କରେ କିଛି ଜାଣି ନଥିଲେ। ଘଟଣାର ନିଶ୍ଚିତ ରୁପେ ଆସନ୍ତାକାଲି ତଦନ୍ତ କରିବେ ବୋଲି କହିଛନ୍ତି ଡ.ଟପ୍ନୋ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/3JxO1lODBz5UO3xrGpe9.jpeg)