ରେଢ଼ାଖୋଲ: ଭାରୀଯାନ ସହିତ ମୁହାଁମୁହିଁ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାର ସାମ୍ନା କରିଥିବା ବାଇକ୍‌ ଆରୋହୀ ମହିଳା ଗୁରୁତର ଅଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ପୋଡ଼ାବଲଣ୍ଡା ରେଲୱେ ଓଭରବ୍ରିଜ୍‌ ନିକଟରେ ବୁଧବାର ପୂର୍ବାହ୍‌ଣରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଲକ୍ଷ୍ମୀଧର ମିର୍ଦ୍ଧା ଓ ଗୁରୁତର ଡଲି ମିର୍ଦ୍ଧାଙ୍କ ଚିକିତ୍ସା ଜାରି ରହିଛି। 

Advertisment

ପୁଲିସ କହିଛି ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅଧୀନ ଚୁଡ଼ାପୁଡୁଗ ଗାଁର ଲକ୍ଷ୍ମୀଧର ମିର୍ଦ୍ଧା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଙ୍ଗପଡ଼ାରେ ବିବାହ କରିଥିଲେ। ତାଙ୍କର ଶଳା ଭାଉଜ ଡଲି ମିର୍ଦ୍ଧା କିଛିଦିନ ପୂର୍ବରୁ କୁଣିଆ ଆସିଥିଲେ। ଡଲିଙ୍କୁ ଆଜି ଲକ୍ଷ୍ମୀଧର ଅଙ୍ଗପଡ଼ାରେ ଛାଡ଼ିଦେବା ପାଇଁ ବାହାରିଥିଲେ। ଏଥି ପାଇଁ ଉଭୟ ଆଜି ଏକ ବାଇକ (ଓଡି ୨୭ ଏ ୦୮୧୯)ରେ ଅଙ୍ଗପଡ଼ା ଅଭିମୁଖେ ବାହାରିଥିବା ବେଳେ ପୂର୍ବାହ୍‌ ପ୍ରାୟ ସାଢ଼େ ୧୧ଟାରେ ୫୫ନମ୍ବର ଜାତୀୟ ରାଜପଥ ଠାରୁ ଅଳ୍ପ ଦୂରରେ ଅର୍ଥାତ ରେଢ଼ାଖୋଲ ଥାନା ପୋଡ଼ାବଲଣ୍ଡା ରେଳୱେ ଓବରବ୍ରିଜ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲେ। ଲକ୍ଷ୍ମୀଧର ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା ଏକ ନଳକୂପ ଖୋଳୁଥିବା ଗାଡ଼ି (ଟିଏନ୍‌ ୩୪ୟୁ ୫୧୭୩)କୁ ଧକ୍କା ଦେଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। 

ବଡ଼ଧରଣର ଦୁର୍ଘଟଣାର ସାମ୍ନା କରିଥିବା ଲକ୍ଷ୍ମୀଧର ମିର୍ଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ‌ଘଟିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଲକ୍ଷ୍ମୀଧରଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଗୁରୁତର ଡଲିଙ୍କୁ ଚିକିତ୍ସା ପାଇଁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ପୁଣି ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।  

ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅଧୀନ ଚୁଡ଼ାପୁଡୁଗ ଗାଁର ଲକ୍ଷ୍ମୀଧର ମିର୍ଦ୍ଧା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଙ୍ଗପଡ଼ାରେ ବିବାହ କରିଥିଲେ। ତାଙ୍କର ଶଳା ଭାଉଜ ଡଲି ମିର୍ଦ୍ଧା କିଛିଦିନ ପୂର୍ବରୁ କୁଣିଆ ଆସିଥିଲେ। ଡଲିଙ୍କୁ ଆଜି ଲକ୍ଷ୍ମୀଧର ଅଙ୍ଗପଡ଼ାରେ ଛାଡ଼ିଦେବା ପାଇଁ ବାହାରିଥିଲେ। ଏଥି ପାଇଁ ଉଭୟ ଆଜି ଏକ ବାଇକ (ଓଡି ୨୭ ଏ ୦୮୧୯)ରେ ଅଙ୍ଗପଡ଼ା ଅଭିମୁଖେ ବାହାରିଥିବା ବେଳେ ପୂର୍ବାହ୍‌ ପ୍ରାୟ ସାଢ଼େ ୧୧ଟାରେ ୫୫ନମ୍ବର ଜାତୀୟ ରାଜପଥ ଠାରୁ ଅଳ୍ପ ଦୂରରେ ଅର୍ଥାତ ରେଢ଼ାଖୋଲ ଥାନା ପୋଡ଼ାବଲଣ୍ଡା ରେଳୱେ ଓବରବ୍ରିଜ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲେ। ଲକ୍ଷ୍ମୀଧର ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା ଏକ ନଳକୂପ ଖୋଳୁଥିବା ଗାଡ଼ି (ଟିଏନ୍‌ ୩୪ୟୁ ୫୧୭୩)କୁ ଧକ୍କା ଦେଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବଡ଼ଧରଣର ଦୁର୍ଘଟଣାର ସାମ୍ନା କରିଥିବା ଲକ୍ଷ୍ମୀଧର ମିର୍ଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ‌ଘଟିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଲକ୍ଷ୍ମୀଧରଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଗୁରୁତର ଡଲିଙ୍କୁ ଚିକିତ୍ସା ପାଇଁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ପୁଣି ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।  

ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଓ ନଳକୂପ ଖୋଲିବା ପାଇଁ ଉଦ୍ଦିଷ୍ଟ ଗାଡ଼ିକୁ ଜବତ କରିଛି। ଏକ ମାମଲା ରୁଜୁ କରି ଭାରୀଯାନର ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।

accident