କୁତ୍ରା: ସୁନ୍ଦରଗଡ଼ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ତେଲିଘଣା ବସ୍‌ଷ୍ଟାଣ୍ଡ ନିକଟରେ ବିଜୁ ଏକ୍ସପ୍ରେସ୍‌ ୱେ ଉପରେ ନିୟନ୍ତ୍ରଣ ହରାଇ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ସୁନ୍ଦରଗଡ଼ ଜିଲ୍ଲା ତଳସରା ନୁଆଡିହି ଗ୍ରାମର ବିନୟ ପ୍ରଧାନ (୨୫)।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଯୁବକ ଜଣକ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବାଇକ୍‌ ଯୋଗେ ସୁନ୍ଦରଗଡ ପଟରୁ କୁତ୍ରାକୁ ଆସୁଥିବା ସମୟରେ ତେଲିଘଣା ନିକଟରେ ବାଇକ ଉପରୁ ନିୟନ୍ତ୍ରଣ ହରାଇବାରୁ ବାଇକ ସହ ତଳେ ପଡ଼ିଯାଇଥିଲେ।

ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଏଠାରେ ଚିକିତ୍ସା ଆରମ୍ଭର କିଛି ସମୟ ଭିତରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

Accident | sundargarh