ଜୟପୁର/କଟକ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ଓ ପୌରପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ତାଙ୍କ ଘର ସମେତ ଛଅଟି ଜାଗାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା।
ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କର ଦୁଇଟି ବହୁ ମହଲା ବିଶିଷ୍ଟ ଅଟ୍ଟାଳିକା ଠାବ ହୋଇଥିଲା। ଏଥିମଧ୍ୟରୁ ଜୟପୁର ସହରରେ ଏକ ତିନି ମହଲା କୋଠା ଠାବ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧.୫୫ କୋଟି। ଏହାଛଡ଼ା ତାଙ୍କର ୧୮ଟି ପ୍ଲଟ୍, ୧ କୋଟିରୁ ଅଧିକ ଜମା, ୮୫୪ଗ୍ରାମ୍ ସୁନା, ୧.୮ କିଲୋଗ୍ରାମ ରୂପା ଇତ୍ୟାଦି ଥିବାର ଦେଖିବାକୁ ମିଳିଥିଲା |
ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କର ଦୁଇଟି ବହୁ ମହଲା ବିଶିଷ୍ଟ ଅଟ୍ଟାଳିକା ଠାବ ହୋଇଥିଲା। ଏଥିମଧ୍ୟରୁ ଜୟପୁର ସହରରେ ଏକ ତିନି ମହଲା କୋଠା ଠାବ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧.୫୫ କୋଟି। ଏହାଛଡ଼ା ତାଙ୍କର ୧୮ଟି ପ୍ଲଟ୍, ୧ କୋଟିରୁ ଅଧିକ ଜମା, ୮୫୪ଗ୍ରାମ୍ ସୁନା, ୧.୮ କିଲୋଗ୍ରାମ ରୂପା ଇତ୍ୟାଦି ଥିବାର ଦେଖିବାକୁ ମିଳିଥିଲା | ଏନେଇ ସେ କୌଣସି ସନ୍ତୋଷଜନକ ଭାବରେ ବ୍ୟାଖ୍ୟା କରିପାରିଲେ ନାହିଁ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି|
ବିଶ୍ୱନାଥ ପାତ୍ର ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ)ଭାବେ ଅବସ୍ଥାପିତ ଥିବା ବେଳେ ତାଙ୍କୁ ଜୟପୁର ପୌରପାଳିକାର ନିର୍ବାହୀ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୬ ଏଏସଆଇ ଏବଂ ଅନ୍ଯ ସହାଯ଼କ କର୍ମଚାରୀଙ୍କ ନେତୃତ୍ୱରେ ଜୟପୁରର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଜୟପୁର, ଗଞ୍ଜାମ ଏବଂ ଭୁବନେଶ୍ୱରର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା।
ଚଢ଼ାଉ ହେଉଥିବା ଜାଗାଗୁଡ଼ିକ ହେଲା ଜୟପୁରରେ ଅବସ୍ଥିତ ତାଙ୍କର ତିନି ମହଲା ବିଶିଷ୍ଟ କୋଠା, ଗଞ୍ଜାମ ବେଲଗୁଣ୍ଠାରେ ଥିବେତ ପୈତୃକ ଦୁଇ ମହଲା ବିଶିଷ୍ଟ କୋଠା, ଜୟପୁର ବ୍ଲକରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ ପ୍ରକୋଷ୍ଠ,ଜୟପୁର ପୌରପାଳିକାରେ ଶ୍ରୀ ପାତ୍ରଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ,ଜଯ଼ପୁରର ଡି. ଆଇ. ଇ. ଟି. ରେ ତାଙ୍କ ପତ୍ନୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଏବଂ ଭୁବନେଶ୍ୱରର ନୀଳାଦ୍ରି ବିହାର (ପଟିଆ)ରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/04/2SeQ3QVugq5mG6GT2SU6.jpg)