ବାମନାଳ: ଗଂଜାମ ଜିଲ୍ଲା ଗୋପାଳପୁରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଏବଂ ସାରା ରାଜ୍ୟରେ ପ୍ରତ୍ୟେକ ଦିନ ମହିଳାଙ୍କ ପ୍ରତି ବଢୁଥିବା ନିର୍ଯାତନା ପ୍ରତିବାଦରେ ଆଜି ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ର ଓ ଯୁବ ବିଜେଡ଼ି ପକ୍ଷରୁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଆନ୍ଦୋଳନ କରାଯାଇଛି।

Advertisment

ପୁରୀ ଜିଲ୍ଲା ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ସାମ୍ନାରେ ମଧ୍ୟ ଛାତ୍ର ଓ ଯୁବ ବିଜେଡ଼ି ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଛାତ୍ରନେତା ଓମକାର ମହାପାତ୍ର, ଲିପ୍ତିରଞ୍ଜନ ସାହୁ, ରୁଦ୍ର ବରାଳ ଓ ରାକେଶ ବାରିକ ନେତୃତ୍ବରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା।

 

ଅନ୍ୟମାନଙ୍କ ମଧ୍ୟରେ ଥିଲେ ବରିଷ୍ଠ ବିଜେଡି ନେତା ସୁବ୍ରତ ଛାଟୋଇ, ୧୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା କୁଞ୍ଜଳତା ସାମଲ, ବିଜେଡି କାର୍ଯ୍ୟକର୍ତ୍ତା ମାନସ ପ୍ରଧାନ,ଦିଲ୍ଲୀପ ପାତ୍ର, ଚିନ୍ତାମଣି ବରାଳ, ଯୁବ ନେତା ମୀନକେତନ ନାୟକ, ସୌମ୍ୟ ରଞ୍ଜନ ପରିଜା, ଗୁଡୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

politics | BJD | puri