ବାମନାଳ: ପୁରୀ ଶରଧାବାଲି ଦଳାଚକଟାରେ ମୃତ୍ୟୁବରଣ କରିଥିବା ତିନିଜଣ ଶ୍ରଦ୍ଧାଳୁଙ୍କ ସହିତ ୬ଜଣ ଆହତ ହୋଇଥିବା ଘଟଣାର ଉଚ୍ଚସ୍ତରୀୟ କମିଟି ଅଧକ୍ଷା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବିରେ ଆଜି ନିମାପଡ଼ା ଦୋଳବେଦୀ ଛକ, ବଳଙ୍ଗା ବାୟାବର୍ ଛକ ଏବଂ ଗୋପ ମୁଖ୍ୟ ବଜାର ଆଦି ଅଞ୍ଚଳରେ ବିଜେଡି ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଛି। ଏଥି ସହ ବିଭିନ୍ନ ସ୍ଥାନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଇସ୍ତବା ଦାବି କରିବା ସହିତ ଉଭୟଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।
ଚଳିତ ବର୍ଷ ଅନୁଷ୍ଠିତ ହେଇଥିବା ରଥଯାତ୍ରାରେ ଘଟିଥିବା ସମସ୍ତ ବିଭ୍ରାଟର ପାଇଁ ବିଜେଡି ବର୍ତ୍ତମାନର ସରକାରଙ୍କୁ ଦାୟୀ କରିବା ସହିତ ବିଭ୍ରାଟ ପ୍ରସଙ୍ଗ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦାୟିତ୍ଵରେ ଥିବା ନେତା ଓ ମନ୍ତ୍ରୀମାନଙ୍କ ଇସ୍ତଫା ଦାବି କରିଛି ବିଜେଡି।
ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେଡି କାର୍ଯ୍ୟକର୍ତ୍ତା ମାନସ ପ୍ରଧାନ, ଦିଲ୍ଲୀପ ପାତ୍ର, ବିଜେଡିର ବରିଷ୍ଠ ନେତା ସତ୍ୟବାଦୀ ମହାପାତ୍ର, ବଳଙ୍ଗା ପଞ୍ଚାୟତ ବିଜେଡି ସଭାପତି କୃପାସିନ୍ଧୁ ଦତ୍ତ, ବିଜେଡି ନେତା ଗଙ୍ଗାଧର ଜେନା, ପ୍ରଦୀପ୍ତ କୁମାର ଦାଶ, ସନ୍ତୋଷ ରଥ, ଯୁବ ନେତା ମୀନକେତନ ନାୟକ, ସୌମ୍ୟ ରଞ୍ଜନ ପରିଜା ପ୍ରମୁଖ ଉପସ୍ଥିତ ଥିଲେ।
rath yatra | Saradhabali
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/29/38b0bbb0-09c2-4816-bc1a-3c1d29f2f995-2025-06-29-22-41-32.jpg)