ଭୁବନେଶ୍ବର: ରାୟଗଡ଼ାରେ ଏନ୍ ଭାସ୍କର ରାଓ ଏବଂ ଲାଲ୍ ବିହାରି ହିମିରିକା ଦଳ ଛାଡ଼ିବା ନେଇ ବିଜେଡିର ପ୍ରତିକ୍ରିୟା। ଦଳରେ କିଏ ରହିବ ବା ନରହିବ ତାହା ବ୍ୟକ୍ତିଗତ ପସନ୍ଦ।
ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ବିଜୁ ଜନତା ଦଳରେ ନିରବଚ୍ଛିନ୍ନ ଭାବେ ଏକ ସୋସିଆଲ ମୁଭମେଣ୍ଟ ଆରମ୍ଭ ହେଲାଣି। ଦଳରେ ଯୋଗ ଦେବା ପାଇଁ ଦଳକୁ ସଶକ୍ତ କରିବା ପାଇଁ ବହୁ ଲୋକ ବିଜେଡି ସହିତ ଯୋଗାଯୋଗ କରିଛନ୍ତି। ବିଜେପିର ଶାସନ ବିରୋଧରେ ସ୍ବର ଉତ୍ତୋଳନ ହେଲାଣି। ସାଢେ ଚାରିକୋଟି ଲୋକ ବିଜେଡି ସହ ଅଛନ୍ତି। ଦଳ ସମସ୍ତଙ୍କୁ ନେଇ ଚାଲୁଛି। ଯେଉଁମାନେ ମହାସ୍ରୋତରେ ସାମିଲ୍ ହେବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ସ୍ବାଗତ କରୁଛି ଦଳ। ନିଜକୁ ଦଳର ପ୍ରତିଷ୍ଠାତା କହୁଥିବା ଏନ୍ ଭାସ୍କର ରାଓ କହୁଛନ୍ତି ଦଳର ନିଷ୍ପତ୍ତି ଉପରେ ଟିପ୍ପଣୀ ଦେଉଛନ୍ତି। ପ୍ରତିଷ୍ଠାତା ସଦସ୍ୟ ୩୦ ବର୍ଷରୁ ଊର୍ଦ୍ଧ୍ବ କାମ କରିବା ସହ ବିଭିନ୍ନ ଦାୟିତ୍ବରେ ରହି ଜାଣି ନାହାନ୍ତି କିଏ ନେଉଛି ନିଷ୍ପତ୍ତି। ଏଥିରୁ ଜଣା ପଡୁଛି ନବୀନଙ୍କ ସହ କାମ କରିବାର କେତେ ବାସ୍ତବତା ରହିଛି। ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା ପୁର୍ବରୁ ଥରେ ଭାବିବା ଦରକାର।
ବିଜୁ ଜନତା ଦଳରେ ନିରବଚ୍ଛିନ୍ନ ଭାବେ ଏକ ସୋସିଆଲ ମୁଭମେଣ୍ଟ ଆରମ୍ଭ ହେଲାଣି। ଦଳରେ ଯୋଗ ଦେବା ପାଇଁ ଦଳକୁ ସଶକ୍ତ କରିବା ପାଇଁ ବହୁ ଲୋକ ବିଜେଡି ସହିତ ଯୋଗାଯୋଗ କରିଛନ୍ତି। ବିଜେପିର ଶାସନ ବିରୋଧରେ ସ୍ବର ଉତ୍ତୋଳନ ହେଲାଣି। ସାଢେ ଚାରିକୋଟି ଲୋକ ବିଜେଡି ସହ ଅଛନ୍ତି। ଦଳ ସମସ୍ତଙ୍କୁ ନେଇ ଚାଲୁଛି।
-ଲେନିନ୍ ମହାନ୍ତି, ବିଜେଡି ମୁଖପାତ୍ର
ସୂଚନାଯୋଗ୍ୟ, ଦକ୍ଷିଣ ଓଡ଼ିଶାର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ବିଜେଡିରୁ ଇସ୍ତଫା ଦେଲା ପରେ ଫଳରେ ରାୟଗଡ଼ାରେ ବିସ୍ଫୋରଣ ସୃଷ୍ଟି ହୋଇଛି। ରାଜ୍ୟ ବିଜେଡିର ପୂର୍ବତନ ଉପସଭାପତି ଶ୍ରୀ ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ଗତ ଗୁରବାର ଦିନ ନିଯୁକ୍ତି ପାଇଥିବା ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ପୁଆଲା ବିଜୁ ଜନତା ଦଳରୁ ଆଜି ଇସ୍ତଫା ପ୍ରଦାନ କରିଛନ୍ତି।
ଶ୍ରୀ ରାଉ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦକ୍ଷିଣ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ଏନ୍ ଭାସ୍କାର ରାଓ କହିଛନ୍ତି, ୧୯୭୪ ମସିହା ଠାରୁ ମୁଁ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଣ କଂଗ୍ରେସ ରାଜନିତୀରେ ରାଜନୈତିକ ଜୀବନ ଆରମ୍ଭ କରିଥିଲି। ଜନତା ଦଳ ଓ ବିଜୁ ଜନତା ଦଳରେ ବିଭିନ୍ନ ପଦପଦବିରେ ରହି ଅବିଭକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣଙ୍କ ସେବା କରିଛି। ଦଳ ଆମକୁ କିଛି ପଦବି ଦେଇଥବା ବେଳେ ଦଳକୁ ମଧ୍ୟ ଆମେ ଲୋକଙ୍କ ସମର୍ଥନରେ ଲୋକଙ୍କ ବଳ ଦଳକୁ ଦେଇଛୁ। ବର୍ତ୍ତମାନ ଲୋକଙ୍କ ନିଷ୍ପତ୍ତିକ୍ରମେ ଆମେ କୌଣସି ଦଳକୁ ଯିବାର ନାହିଁ। କିଛି ବର୍ଷ ହେଲା ରାଜ୍ୟ ସଂଗଠନର ନିଷ୍ପତ୍ତି ରାୟଗଡ଼ା କର୍ମୀ ଏବଂ ନେତାଙ୍କ ସ୍ୱାଭିମାନରେ ଆଞ୍ଚ ଆସିଥିଲା। ୨୦୨୪ ନିର୍ବାଚନ ବେଳକୁ ପାର୍ଥିତ୍ୱକୁ ନେଇ କର୍ମୀ ମହଲରେ ଭୀଷଣ ଅସନ୍ତୋଷ ଦେଖା ଯାଇଥିଲା। ନିର୍ବାଚନରେ ବିଜେଡି ସମ୍ପୂର୍ଣ ପରାଜୟ ବରଣ କରିଥିଲା। ଜିଲ୍ଲା ବିଜେଡିର ସ୍ୱାଭିମାନକୁ ଅଣଦେଖା କରି ରାଜ୍ୟ ସଂଗଠନ ଯେଉଁ ନିଷ୍ପତ୍ତି ନେଉଥିଲା ଜିଲ୍ଲାରେ ବିଜେଡିକୁ କ୍ଷତି କରିବା ସହ କର୍ମୀ ଓ ନେତାଙ୍କୁ ଘୋର ଆଘାତ ଦେଇଥିଲା। ବାରମ୍ବାର ଏଭଳି ହେଉଥିବାରୁ ସେ ତୃଣମୂଳ ସ୍ତରରେ ଆଲୋଚନା କରି ଏହି କୋଠର ନିଷ୍ପତ୍ତି ନେଇଛନ୍ତି।
BJD | Lenin Mohanty | N Bhaskar Rao