ମାଲକାନଗିରି: ଜିଲ୍ଲାର କାଲିମେଳା ଓ ପଡିଆ ବ୍ଲକରେ ଗତ ୮ ଓ ୯ ତାରିଖରେ ହୋଇଥିବା ପ୍ରବଳ ବର୍ଷାରେ ବହୁ ଗ୍ରାମ ଜଳମଗ୍ନ ହେବା ସହ ହଜାର ହଜାର ହେକ୍ଟର ଜମି ମଧ୍ୟ ପାଣିରେ ବୁଡିଯାଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ କରାଯାଇ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଉଛି। ଇତି ମଧ୍ୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଜିଲ୍ଲା ପରିଦର୍ଶନ କରିଥିଲେ।

Advertisment

ଏହି ପରିପ୍ରେକ୍ଷୀରେ ଆଜି ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଏକ ଟିମ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଏଥିସହ ସେଠାରେ ଲୋକଙ୍କ ସହ ସାକ୍ଷାତ କରି ସେମାନଙ୍କ ବିଭିନ୍ନ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି। ବିଜେଡି ତରଫରୁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ରିଲିଫ ପ୍ରଦାନ କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ ଚୁଡା, ଗୁଡ଼, ବିସ୍କୁଟ ଓ କଦଳୀ ଇତ୍ୟାଦି ରିଲିଫରେ ପ୍ରଦାନ କରାଯାଇଛି।

ବିଜେଡିର ବରିଷ୍ଠ ନେତା ଶ୍ରୀ ମାଝୀ ନିଜର ପ୍ରତିକ୍ରିୟାରେ ପୋଲାଭରମ ପ୍ରକଳ୍ପ ନିଜର ଟ୍ରେଲର ଦେଖାଇଲା ବୋଲି କହିଥିଲେ। ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତ ସୃଷ୍ଟି ହେଉଛି। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ଆଗକୁ ଜୋରସୋରେ ବଢୁଛି। ବିପନ୍ନଙ୍କ ପାଖରେ ଆଜି ବି ପ୍ରଶାସନ ପହଞ୍ଚି ପାରିନାହିଁ। ପୁଣି ବିପନ୍ନଙ୍କୁ ପଲିଥିନ ମଧ୍ୟ ଦିଆଯାଇ ନାହିଁ।

ରାଜ୍ୟରେ ସରକାର ପରିବର୍ତ୍ତନ ପରେ ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ଆଗକୁ ଜୋରସୋରେ ବଢୁଛି। ବିପନ୍ନଙ୍କ ପାଖରେ ଆଜି ବି ପ୍ରଶାସନ ପହଞ୍ଚି ପାରିନାହିଁ। ପୁଣି ବିପନ୍ନଙ୍କୁ ପଲିଥିନ ମଧ୍ୟ ଦିଆଯାଇ ନାହିଁ।

ଅନ୍ୟଦିଗରେ ପ୍ରଶାସନ ୫୦୦ ଊର୍ଦ୍ଧ୍ବ ପଲିଥିନ ବଣ୍ଟନ କରିଥିବା ନେଇ କହିଛି। ନିଜ ପ୍ରତିକ୍ରିୟାରେ ଶ୍ରୀ ମାଝୀ ପ୍ରଶାସନ ଓ ସରକାରଙ୍କ ଉପରେ ଗର୍ଜିଛନ୍ତି। ଜିଲ୍ଲାର କାଲିମେଳା ଓ ପଡିଆ ବ୍ଲକରେ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମଗୁଡିକ ମଧ୍ୟରୁ ପୋଟେରୁ, ବଦଲି, ଏମପିଭି-୧୬, ପଗୁରକୋଣ୍ଡା, ଭେଙ୍କଟପାଲାମ ଆଦି ଗ୍ରାମଗୁଡିକକୁ ବୁଲି ବିଜେଡି ଟିମ ଲୋକଙ୍କୁ ରିଲିଫ ପ୍ରଦାନ କରିଛନ୍ତି। ଏହି ଟିମରେ ପ୍ରଦୀପ ମାଝୀଙ୍କ ସହ ମାନସ ମାଡକାମୀ, ଗୋପାଳ ପଣ୍ଡା, ଦୁର୍ଗା ତ୍ରିପାଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ, ରବି ରାଜେଶ, ବ୍ଲକ ଅଧ୍ୟକ୍ଷା ଗୌରି ପଡିଆମି ପ୍ରମୁଖ ଉପସ୍ଥିତ ଥିଲେ।