ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ରେ ଶୋଚନୀୟ ପରାଜୟ ପରେ ବିଜୁ ଜନତା ଦଳ (ବିଜେଡି) ନିଜର ସଂଗଠନକୁ ଶକ୍ତିଶାଳୀ କରିବାକୁ ଅଣ୍ଟା ଭିଡ଼ିଛି। ଏଥି ପାଇଁ ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ମଙ୍ଗଳବାର ୧୮ଟି ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା ହୋଇଛି। ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ବ ଦିଆଯାଇଛି। କନ୍ଧମାଳ, ବୌଦ୍ଧ ଓ ମୟୂରଭଂଜ ଜିଲ୍ଲା ପାଇଁ ବିଜେଡି ଅଭିଜ୍ଞ ତଥା ବରିଷ୍ଠ ନେତାଙ୍କୁ ସଭାପତି କରିଛି।
ଅନୁଗୁଳ ଜିଲ୍ଲା ପାଇଁ ବ୍ରଜକିଶୋର ପ୍ରଧାନଙ୍କୁ ବିଜେଡି ସଭାପତି କରିଛି। ପୁରୀରେ ଉମା ସାମନ୍ତରାୟ, ବରଗଡ଼ରେ ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକରେ ଜଗନ୍ନାଥ ସ୍ବାଇଁ, ବୌଦ୍ଧରେ ପ୍ରଦୀପ ଅମାତ, ଦେବଗଡ଼ରେ ରୋମାଞ୍ଚ ରଂଜନ ବିଶ୍ବାଳ, ଗଜପତିରେ ପ୍ରଦୀପ ନାୟକ ବିଜେଡି ଜିଲ୍ଲା ସଭାପତି ହୋଇଛନ୍ତି।
ବିଜେଡି ପକ୍ଷରୁ କୁହାଯାଇଛି ଯେ, ଅନୁଗୁଳ ଜିଲ୍ଲା ପାଇଁ ବ୍ରଜକିଶୋର ପ୍ରଧାନଙ୍କୁ ସଭାପତି କରାଯାଇଛି। ପୁରୀରେ ଉମା ସାମନ୍ତରାୟ, ବରଗଡ଼ରେ ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକରେ ଜଗନ୍ନାଥ ସ୍ବାଇଁ, ବୌଦ୍ଧରେ ପ୍ରଦୀପ ଅମାତ, ଦେବଗଡ଼ରେ ରୋମାଞ୍ଚ ରଂଜନ ବିଶ୍ବାଳ, ଗଜପତିରେ ପ୍ରଦୀପ ନାୟକ, ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲି, ଯାଜପୁରରେ ସରୋଜ ମହାପାତ୍ର, ଝାରସୁଗୁଡ଼ାରେ ହରୀଶ ଗଣ୍ଡତ୍ରା, କନ୍ଧମାଳରେ ପଦ୍ମନାଭ ବେହେରା, ମାଲକାନଗିରିରେ ମାନସ ମାଡ଼କାମୀ, ମୟୂରଭଂଜରେ ସୁଦାମ ମାରାଣ୍ଡି, ନୟାଗରେ ରମେଶ ବେହେରା, ନୂଆପଡ଼ାରେ ଅବନୀ ଯୋଶୀ, ସୁବର୍ଣ୍ଣପୁରରେ ସରୋଜ କମ୍ପ, ନବରଂଗପୁରରେ ମନୋହର ରନ୍ଧାରୀ ଓ ସୁନ୍ଦରଗଡ଼ରେ ଯୋଗେଶ ସିଂଙ୍କୁ ସଭାପତି କରାଯାଇଛି।
BJD | Naveen Pattnaik
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/15/9Fm4mVppvFDjNKGktkPM.jpg)