ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଦଳର ବରିଷ୍ଠ ନେତାଙ୍କୁ ପରାମର୍ଶ ଦେଇଛନ୍ତି। ନବୀନ ନିବାସରେ ନବୀନଙ୍କ ନେତୃତ୍ବରେ ରାଜନୈତିକ ବ୍ୟାପାର କମିଟିର ବୈଠକରେ ସେ ଦଳକୁ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ ତାହା ଠିକଣା ସମୟରେ ଜଣାଯିବ। ସେ ସଂକ୍ରାନ୍ତରେ ନବୀନ ନିଷ୍ପତ୍ତି ନେବେ। କମିଟି ସଦସ୍ୟ ନିଜର ମତ ନବୀନଙ୍କୁ ଦେଇଛନ୍ତି। କିପରି ଯୁବ, ଛାତ୍ର ଓ ମହିଳା ସଂଗଠନକୁ ଆହୁରି ସୁଦୃଢ଼ କରାଯିବ, ତୃଣମୂଳସ୍ତରରେ ଦଳକୁ ମଜବୁତ କରାଯିବ ସେଥିପାଇଁ ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକ ପରେ ପିଏସି ସଦସ୍ୟ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ ତାହା ଠିକଣା ସମୟରେ ଜଣାଯିବ। ସେ ସଂକ୍ରାନ୍ତରେ ନବୀନ ନିଷ୍ପତ୍ତି ନେବେ। କମିଟି ସଦସ୍ୟ ନିଜର ମତ ନବୀନଙ୍କୁ ଦେଇଛନ୍ତି। କିପରି ଯୁବ, ଛାତ୍ର ଓ ମହିଳା ସଂଗଠନକୁ ଆହୁରି ସୁଦୃଢ କରାଯିବ, ତୃଣମୂଳସ୍ତରରେ ଦଳକୁ ମଜବୁତ କରାଯିବ ସେଥିପାଇଁ ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦଳିତ, ଆଦିବାସୀ, ମହିଳାଙ୍କ ବିରୋଧରେ ଅତ୍ୟାଚାର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଭ୍ରାଟକୁ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ନବୀନ ପଟ୍ଟନାୟକଙ୍କ ବୈଠକରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସଂତୃପ୍ତ ମିଶ୍ର, ନିରଂଜନ ପୂଜାରୀ, ସଂଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। 

BJD | Naveen Pattnaik