ଭୁବନେଶ୍ବର: ଲୋକସଭା ପରେ ରାଜ୍ୟସଭାରେ ବହୁ ପ୍ରତୀକ୍ଷିତ ୱାକଫ୍ ବିଲ୍ ଗୃହୀତ ହୋଇଛି। ଏହି ବିଲ୍ ବୁଧବାର ଲୋକସଭାରେ ଗୃହୀତ ହେଲା ପରେ ଗୁରୁବାର ରାତିରେ ରାଜ୍ୟରେ ମଧ୍ୟ ବହୁମତ ସହିତ ଗୃହୀତ ହୋଇଛି। ରାଜ୍ୟ ସଭାରେ ୱାକଫ ସପକ୍ଷରେ ୧୨୮ ଭୋଟ୍ ପଡ଼ିଥିଲା। ବିରୋଧରେ ୯୫ ଭୋଟ୍ ଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୱାକଫ୍ ବିଲ୍କୁ ଆରମ୍ଭରୁ ବିରୋଧ କରିଆସିଥିବା ବିଜୁ ଜନତା ଦଳ ସମର୍ଥନ ଜଣାଇଛି। କିନ୍ତୁ ବିଜେଡିର ସମସ୍ତ ସାଂସଦ ୱାକଫ୍ ସପକ୍ଷରେ ଯାଇ ନଥିବା କୁହାଯାଉଛି।
ତେବେ ୱାକଫ୍ ବିଲ୍ ଭୋଟିଂରେ ବିଜେଡି ଦୁଇ ଫାଳ ନେଇ ଦଳର ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ୱାକଫ୍ ପାଇଁ ଭୋଟ୍ ପୂର୍ବରୁ କିଛି ଖେଳ ହୋଇଛି। ଦଳରେ ନିଷ୍ପତ୍ତି ହେଲା ପରେ ଏଭଳି କାର୍ଯ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।
ବିଜେଡି ସାଂସଦ ସସ୍ମିତ ପାତ୍ର ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ସରବରାହ ସଂସ୍ଥା ‘ଏଏନ୍ଆଇ’କୁ ପ୍ରତିକ୍ରିୟା ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସେ ବିଲକୁ ସମର୍ଥନ କରିଛନ୍ତି।
ଅନ୍ୟପଟରେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଅସନ୍ତୁଷ୍ଟ ହୋଇ ଭୋଟ ଦେଲିନି। ଦଳ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ମୁଁ କାଲି ଭୋଟ୍ ଦେଇ ନଥିଲି।
ୱାକଫ୍ ପ୍ରସଙ୍ଗରେ ଭୋଟିଂ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ବିଜେପି- ବିଜେଡି ଡିଲ୍ ହୋଇଛି। ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କୁ ନେଇ ଡିଲ୍ କରିଛନ୍ତି ତାଙ୍କର ମାନସପୁତ୍ର। ବିଜେପି ନିକଟରେ ନବୀନଙ୍କୁ ବିକିଛନ୍ତି ମାନସପୁତ୍ର। ଉଭୟେ ବିଜେପିକୁ ଚାଲିଯିବେ, ବଳି ପଡିବେ ଅନ୍ୟ ବିଜେଡି ନେତା। ମାନସପୁତ୍ରଙ୍କୁ ବଞ୍ଚାଇବାକୁ ଯାଇ ଏହି ଡିଲ ହୋଇଛି।
ସୂଚନାଯୋଗ୍ୟ ଯେ, ଉଭୟ ଲୋକସଭା ଓ ରାଜ୍ୟସଭାରେ ୱାକଫ୍ ବିଲ୍ ପାସ ହୋଇଛି। ଏଥିସହ ୱାକଫ୍ ଏବେ ଆଇନରେ ପରିଣତ ହେବାରୁ ମାତ୍ର ଗୋଟିଏ ପାଦ ଦୂରରେ। ବିଲକୁ ଏବେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ।
politics | BJD | congress
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/04/04/q2kh6PAz7Q1ZQKPuvgYB.jpg)