ଭୁବନେଶ୍ବର: ମହାପୁରୁଷ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ବିଜୁ ଜନତା ଦଳ (ବିଜେଡ଼ି) ବୁଧବାର ଠାରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ଶଙ୍ଖ ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ  ପୂର୍ବତନ ମନ୍ତ୍ରୀ, ବିଧାୟକ, ଦଳର ବରିଷ୍ଠ ନେତାଙ୍କ ସମେତ ସବୁ ଜିଲ୍ଲାରୁ ଭର୍ଚୁଆଲ ମାଧ୍ୟମରେ କର୍ମୀମାନେ ଉପସ୍ଥିତ ରହିଥିଲେ। ବିଜେଡି ଉଭୟ ଫିଜିକାଲ ଓ ଡିଜିଟାଲ ମାଧ୍ୟମରେ ସଭ୍ୟ ସଂଗ୍ରହ କରିବାକୁ ଳକ୍ଷ୍ୟ ରଖିଛି। ଛାତ୍ର ଓ ଯୁବଙ୍କୁ ଫୋକସ୍‌ରେ ରଖିଛି। ଶାରଦୀୟ ପୂଜା ପରେ ସଭ୍ୟ ସଂଗ୍ରହ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ବିଜେଡି କହିଛି। ପୂର୍ବରୁ ୧ କୋଟି ପ୍ରାଥମିକ ସଦସ୍ୟ ଓ ୩ ଲକ୍ଷ ୪୦ ହଜାର ସକ୍ରିୟ ସଦସ୍ୟ ବିଜେଡି ସହ ଯୋଡି ହୋଇଥିଲେ। ଏଥର ଦଳ ଲକ୍ଷ୍ୟ ରଖିଛି ଯେ, କୋଟିଏ ସଦସ୍ୟ ସଂଗ୍ରହ କରିବ। 

Advertisment

publive-image

କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ମୋବାଇଲ ମିସ୍ଡ କଲ୍ ମେମ୍ବରସିପ୍ ଅଭିଯାନ ଠାରୁ ଦଳ ବହୁ ଦୂରରେ ରହିବ। ଦଳର କର୍ମୀମାନେ ଲୋକଙ୍କୁ ଯିବେ। ବିଜେଡି ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣକାରୀ ଯୋଜନାରୁ ଓଡ଼ିଶାବାସୀଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ। ଭାରତ ସରକାର ବି ଆମର ଅନେକ ଯୋଜନା ଅନୁକରଣ କରିଛନ୍ତି। ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ହୃଦୟରେ ଅଛି। ଓଡ଼ିଶାର ଗୌରବ ପାଇଁ ନିଷ୍ଠାର ସହ କାମ କରିଚାଲିଛି ବୋଲି ସଭାପତି କହିଛନ୍ତି। 

ଆସନ୍ତୁ ଗର୍ବର ସହ କହିବା- ଆମେ ବିଜୁ ଜନତା ଦଳର କର୍ମୀ, ଓଡ଼ିଶା ମା’ର ସେବକ। ତ୍ୟାଗ ଓ ସେବାର ପ୍ରତୀକ। 

-ନବୀନ ପଟ୍ଟନାୟକ, ବିଜେଡି ସଭାପତି

publive-image

ଶ୍ରୀ ପଟ୍ଟନାୟକ ସେବା, ସ୍ୱାଭିମାନ ଓ ସଂଗ୍ରାମ ଆମ ଆଦର୍ଶ। ଏହାକୁ ପାଥେୟ କରି ଲୋକଙ୍କ ଘରକୁ ଯାଇ ଦଳରେ ସାମିଲ କରିବା ପାଇଁ ଆହ୍ୱାନ କରିଛନ୍ତି। ଏଥିସହିତ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ଅନଲାଇନ୍ ଜରିଆରେ ଦଳରେ ସାମିଲ ହେବା ପାଇଁ ସଭାପତି ଆମନ୍ତ୍ରଣ କରିଛନ୍ତି। ଦଳର ପ୍ରଥମ ସଭ୍ୟ ନିଜେ ନବୀନ ହୋଇଛନ୍ତି। ଏକାମ୍ରରୁ ରାଜ୍ୟର ପ୍ରଥମ ସଦସ୍ୟ ହୋଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜ ସଦସ୍ୟତା ନେଇ ଅଭିଯାନର ଶୁଭାରମ୍ଭ କରିଛନ୍ତି। 

ଏହି ଅବସରରେ ନବୀନ କହିଛନ୍ତି, ‘ସଦସ୍ୟତା ଅଭିଯାନ ଗୋଟେ ରାଜନୈତିକ ଦଳ ପ୍ରମୁଖ କାର୍ଯ୍ୟକ୍ରମ। ଏହା ଦଳକୁ ଅଧିକ ମଜଭୁତ କରେ। ମୁଁ ଚାହେଁ ଆମ ଦଳର ସକ୍ରିୟ ସଦସ୍ୟମାନେ ପ୍ରତି ଘରକୁ ଯାଆନ୍ତୁ।  ଆମ ସରକାର ସମୟର କାମକୁ ପ୍ରତି ଘର ସହ ଦେଶବିଦେଶରେ ପହଞ୍ଚାନ୍ତୁ। ବିଜେଡି ସରକାର ସମୟରେ ବହୁତ ଭଲ କାମ ହୋଇଛି।