ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନର ପ୍ରଥମ ରାଉଣ୍ଡ ଗଣତି ଫଳାଫଳ ସାମ୍ନାକୁ ଆସିଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୩୫୪୭ ଭୋଟରେ ଆଗୁଆ ଅଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପ୍ରଥମ ରାଉଣ୍ଡରେ ୪୯୦୪ ଭୋଟ୍ ପାଇଥିବା ବେଳେ ତାପଛକୁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୧୩୫୭ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୧୩୦୮ ଭୋଟ୍ ପାଇଛନ୍ତି।
ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି। ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇଥିବା ଇଭିଏମ୍ ଖୋଲାଯାଇଛି। ଏକାସାଙ୍ଗେ ପୋଷ୍ଟାଲ୍ ବାଲାଟ୍ ଓ ଇଭିଏମ୍ ଗଣତି ଚାଲିଛି। ପ୍ରଥମ ରାଉଣ୍ଡ ଗଣତି ସରିଛି। ଶୁକ୍ରବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି ଏବଂ ଭୋଟ୍ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ୩୫୮ ଟି ବୁଥରେ ମତ ଗଣତି ହେବ। ଏଥିପାଇଁ ୧୪ଟି ଟେବୁଲ କରାଯାଇଛି। ୨୬ଟି ରାଉଣ୍ଡରେ ଭୋଟ୍ ଗଣତି ହେବ।
୮୩.୪୫ ପ୍ରତିଶତ ମତଦାନ
ଭୋଟ୍ ଗଣତି ନେଇ ଜିଲ୍ଲାପାଳ ମଧୁସୂଦନ ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚଳିତ ନୂଆପଡ଼ା ଉପନିର୍ବାଚନରେ ୨,୫୪,୪୮୭ ଜଣ ମତଦାତା ଥିଲେ। ସେମାନଙ୍କର ମଧ୍ୟରୁ ମୋଟ୍ ୨,୧୨,୩୮୫ଜଣ ମତଦାନ କରିଥିଲେ। ଏଥିରେ ପୁରୁଷ ସଂଖ୍ୟା ୧,୦୩, ୮୧୭ ଥବା ବେଳେ ୧,୦୮,୫୬୩ ଜଣ ମହିଳା ଥିଲେ। ସେହିପରି ଅନ୍ୟ ବର୍ଗର ମତଦାତାମାନଙ୍କର ସଂଖ୍ୟା ୫ଥିଲା। ମୋଟ୍ ୮୩.୪୫% ମତଦାନ ହୋଇଛି।
ଆହୁରି ପଢ଼ନ୍ତୁ: Bihar Election Result: ବିହାର ନିର୍ବାଚନ ଫଳାଫଳ: ଆଗୁଆ ଅଛି ଏନଡିଏ
ଆହୁରି ପଢ଼ନ୍ତୁ:Weather: ଦାରିଙ୍ଗବାଡ଼ିରେ ୭ଦିନରେ ୭.୫ଡିଗ୍ରି ସେଲସିୟସ ତାପମାତ୍ରା ହ୍ରାସ
ବ୍ୟାପକ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ୍
ନୂଆପଡ଼ାରେ ଗତ ୧୧ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହିତ ଭୋଟିଂ ହୋଇଥିଲା। ଏହା ସୂଚାରୁ ରୂପେ ସଂପର୍ଣ୍ଣ ହୋଇଥିଲା।ଜିଲ୍ଲା ପୁଲିସ ଏବଂ କେନ୍ଦ୍ରୀୟ ପୁଲିସ ସୁରକ୍ଷା ଦେଇଥିଲେ। କୌଣସି ସ୍ଥାନରେ ବିଶୃଙ୍ଖଳା ହୋଇ ନଥିଲା। ସୁରକ୍ଷା ବ୍ୟବସ୍ଥା ଭଲ କରାଯାଇଥିଲା। ୧୪ ତାରିଖରେ ମତ ଗଣତି ହେଉଛି। ସମସ୍ତ ପୋଲ ଇଭିଏମ ସିଲ ହୋଇ ଷ୍ଟ୍ରଙ୍ଗରୁମ୍ରେ ରହିଛି। ଏହାକୁ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇଭିଏମ୍କୁ ଲାଗିଥିବା ସୁରକ୍ଷା ବ୍ୟବସ୍ଥା ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ (ସିଏପିଏଫ୍) ତତ୍ବାବଧାନରେ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/14/jay-dholkia-2025-11-14-09-30-38.jpg)