ନୂଆପଡ଼ା: ବଡ଼ ବିଜୟ ଅଭିମୁଖେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ସେ ୬୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହେବେ ବୋଲି ମନ୍ତ୍ରୀ ରବିନାରାୟଣ ନାଏକ ଦାବୀ କରିଛନ୍ତି।

Advertisment

ନୂଆପଡ଼ା ଉପନିର୍ବାଚନର ୧୯ ରାଉଣ୍ଡ ଗଣତି ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଢେର ଆଗରେ ଅଛନ୍ତି। ୧୯ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୬୨୩୧୩ ଭୋଟରେ ଆଗୁଆ ଅଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୯ ରାଉଣ୍ଡରେ ୯୨,୯୪୭ ଭୋଟ୍ ପାଇଥିବା ବେଳେ ତାପଛକୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦ୍ବିତୀୟ ସ୍ଥାନରେ ରହି ୩୦୬୩୪ ଭୋଟ୍ ପାଇଛନ୍ତି।   ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ତୃତୀୟ ସ୍ଥାନରେ ରହି ୨୯,୦୨୬ ଭୋଟ୍ ପାଇଛନ୍ତି। 

ଆହୁରି ପଢ଼ନ୍ତୁ: Bihar Election Result: ବିହାର ନିର୍ବାଚନ ଫଳାଫଳ: ଆଗୁଆ ଅଛି ଏନଡିଏ

ନୂଆପଡ଼ାବାସୀ ପରିବର୍ତ୍ତନ ଚାହୁଁଥିଲେ: ମନମୋହନ ସାମଲ

ବିଜେପି ଉପରେ ଲୋକେ ଭରସା କରିଥିବାରୁ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହେବାକୁ ଯାଉଛନ୍ତି। ଆଜି ଏଭଳି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି, ନୂଆପଡ଼ାବାସୀ ପରିବର୍ତ୍ତନ ଚାହୁଁଥିଲେ। ତାର ପ୍ରତିଫଳନ ଭୋଟରେ ଦେଖିବାକୁ ମିଳିଛି। ନୂଆପଡ଼ାର ବିଭିନ୍ନ ସମସ୍ୟାର ସମାଧାନ ଲାଗି ଲୋକେ ବିଜେପି ଉପରେ ଭରସା କରିଛନ୍ତି। 

 ଆହୁରି ପଢ଼ନ୍ତୁ:Weather: ଦାରିଙ୍ଗବାଡ଼ିରେ ୭ଦିନରେ ୭.୫ଡିଗ୍ରି ସେଲସିୟସ ତାପମାତ୍ରା ହ୍ରାସ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆହୁରି କହିଛନ୍ତି, ଆମେ କେତେ ଥର ହାରିଛୁ। ଅନ୍ୟକୁ ଦୋଷ ନ ଦେଇ ବିରୋଧୀ ପରାଜୟର ଆତ୍ମସମୀକ୍ଷା କରନ୍ତୁ।