ଭୁବନେଶ୍ବର/ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ଲାଗି ଆସନ୍ତାକାଲି ଅପରାହ୍ଣ ୨ଟା ୪୫ ମିନିଟ୍‌ ସମୟରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭରିବେ ନାମାଙ୍କନ। ଏହାସହ ଉପ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ନାମାଙ୍କନ ବେଳେ ଉପସ୍ଥିତ ରହିବେ। ଏନେଇ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି।

Advertisment

ନୂଆପଡ଼ା ଉପନିର୍ବାଚନ ଲାଗି ଆସନ୍ତାକାଲି ଅପରାହ୍ଣ ୨ଟା ୪୫ ମିନିଟ୍‌ ସମୟରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭରିବେ ନାମାଙ୍କନ। ଏହାସହ ଉପ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ନାମାଙ୍କନ ବେଳେ ଉପସ୍ଥିତ ରହିବେ। ୪୦ ହଜାରରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ସହ ବିରାଟ ରାଲିରେ ଯାଇ ନାମାଙ୍କନ ଭରିବେ ଜୟ ଢୋଲକିଆ। ଏନେଇ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି।

Untitled
biranchi narayan tripathy

ରାଜ୍ୟ ବିଜେପି ଉପସଭାପତି ଆହୁରି କହିଛନ୍ତି, ୪୦ ହଜାରରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ସହ ବିରାଟ ରାଲିରେ ଯାଇ ନାମାଙ୍କନ ଭରିବେ ଜୟ ଢୋଲକିଆ। ତା ପୂର୍ବରୁ ଦିନ ସାଢ଼େ ୧୧ଟାରେ ନୂଆପଡ଼ାରେ ବିଜେପି ପକ୍ଷରୁ ବିଶାଳ ମିଶ୍ରଣ ପର୍ବ ହେବ। ଏଥିରେ ନୂଆପଡ଼ାର ଶହେରୁ ଅଧିକ ବର୍ତ୍ତମାନର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ବିଭିନ୍ନ ଦଳ ଛାଡ଼ି ବିଜେପିରେ ମିଶିବେ। ଏଣେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନୂଆପଡ଼ାରେ ପହଞ୍ଚି ସମସ୍ତ କାର୍ଯ୍ୟର ସୁପରିଚାଳନାର ବନ୍ଦୋବସ୍ତ କରୁଛନ୍ତି।