ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଜୟ ଢୋଲକିଆଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି ଏବଂ ଖାଲି ଘୋଷଣା ବାକି ରହିଛି। ୧୬ ତାରିଖରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ। ଆଗାମୀ ୧୬ ତାରିଖରେ ନୂଆପଡ଼ା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାର୍ଥୀପତ୍ର ଦାଖଲସମୟରେ ଉପସ୍ଥିତ ରହିବେ। ଆଜି ଏଭଳି ସୂଚନା ଦେଇଛନ୍ତି ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର।
ସେ ଆହୁରି ଜୋର୍ ଦେଇ କହିଛନ୍ତି ଯେ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ। ବିଜେଡି ଏଯାଏ ପ୍ରାର୍ଥୀ ସ୍ଥିର କରିପାରିନାହିଁ। ତେଣେ କଂଗ୍ରେସକୁ ଲୋକେ ପସନ୍ଦ କରୁନାହାନ୍ତି। ଏଣୁ ବିଜେପି ଏଠାରେ ଜିତିବା ସୁନିଶ୍ଚିତ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର।
ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ। ବିଜେଡି ଏଯାଏ ପ୍ରାର୍ଥୀ ସ୍ଥିର କରିପାରିନାହିଁ। ତେଣେ କଂଗ୍ରେସକୁ ଲୋକେ ପସନ୍ଦ କରୁନାହାନ୍ତି। ଏଣୁ ବିଜେପି ଏଠାରେ ଜିତିବା ସୁନିଶ୍ଚିତ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର। ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ମନ୍ତ୍ରୀ ସାଂସଦ ଓ ବିଧାୟକ ବିଶାଳ ରାଲିରେ ଆସିବେ। ସେହି ଦିନ ଆୟୋଜିତ ହେବାକୁ ଥିବା ଏକ ବିଶାଳ ସମାବେଶରେ ୨୦୦୦ ରୁ ଅଧିକ କର୍ମୀ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସେହି ଦିନ ବିଧିବଦ୍ଧଭାବେ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର।
ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ମନ୍ତ୍ରୀ ସାଂସଦ ଓ ବିଧାୟକ ବିଶାଳ ରାଲିରେ ଆସିବେ। ସେହି ଦିନ ଆୟୋଜିତ ହେବାକୁ ଥିବା ଏକ ବିଶାଳ ସମାବେଶରେ ୨୦୦୦ ରୁ ଅଧିକ କର୍ମୀ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସେହି ଦିନ ବିଧିବଦ୍ଧଭାବେ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର।