ଭୁବନେଶ୍ବର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର୍ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ବିଜେପି ସଭାପତି ମନମୋହନ ସାମଲ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି, ରାଜ୍ୟରେ ୪୦ ଲକ୍ଷ ସଦସ୍ୟ ରହିଛନ୍ତି। ଚଳିତ ବର୍ଷ ଏହି ସଂଖ୍ୟାକୁ ଦ୍ବିଗୁଣିତ କରିବାର ଲକ୍ଷ୍ୟ ରଖାଯାଇଛି।
ରାଜ୍ୟ କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର୍ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ବିଜେପି ସଭାପତି ମନମୋହନ ସାମଲ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି, ରାଜ୍ୟରେ ୪୦ ଲକ୍ଷ ସଦସ୍ୟ ରହିଛନ୍ତି। ଚଳିତ ବର୍ଷ ଏହି ସଂଖ୍ୟାକୁ ଦ୍ବିଗୁଣିତ କରିବାର ଲକ୍ଷ୍ୟ ରଖାଯାଇଛି।
ଏଣେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବିଶ୍ୱର ସର୍ବ ବୃହତ୍ତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦଳର ପ୍ରତ୍ୟେକଟି ସଦସ୍ୟଙ୍କଠାରୁ ଆରମ୍ଭ କରି କର୍ମକର୍ତ୍ତା ଏବଂ ନେତୃବୃନ୍ଦଙ୍କ ସମର୍ପିତ ଉଦ୍ୟମରେ ଭାରତୀୟ ଜନତା ପାର୍ଟି ସାରା ଦେଶରେ ଏକ ଆନ୍ଦୋଳନରେ ପରିଣତ ହୋଇଛି। ଦଳ ପାଇଁ ଅତୁଳନୀୟ ଅବଦାନ ରଖିଥିବା ସମସ୍ତ କାର୍ଯ୍ଯକର୍ତ୍ତା ତଥା ମହାପୁରୁଷମାନଙ୍କ ଦୃଢ଼ ନିଷ୍ଠା, ତ୍ୟାଗକୁ ସ୍ମରଣ କରି ଆସନ୍ତୁ ଏକ ହୋଇ କାମ କରିବା। ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବା।
bjp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/06/vfgNUwtoCirZG9gNcosI.png)