ବାଉଁଶୁଣି: ରାଷ୍ଟ୍ର ସେବା ପାଇଁ ସମର୍ପିତ ବିଶ୍ଵର ସର୍ବ ବୃହତ ଗଣତାନ୍ତ୍ରିକ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ୪୬ ତମ ପ୍ରତିଷ୍ଠା ଦିବସ ଅବସରରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରକ୍ସା (ଦହ୍ୟା) ପଞ୍ଚାୟତର ଅମୁର୍ଡl ଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ରବିବାର ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।
କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଷ୍ଠା ଦିବସ ଅବସରରେ ଦଳର ପ୍ରତ୍ୟେକ ଦେବଦୂର୍ଲଭ କାର୍ଯ୍ୟକାର୍ତ୍ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏଥିସହିତ ଦୀର୍ଘ ଦଶନ୍ଧି ଧରି ଦଳକୁ ମଜବୁତ କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିବା ସମସ୍ତ ମହାନ୍ ବ୍ୟକ୍ତିତ୍ଵ ମାନଙ୍କ ଅବଦାନକୁ ସ୍ମରଣ କରିଥିଲେ।
ଭାରତର ପ୍ରଗତି ପାଇଁ ସମସ୍ତେ ଆଜିର ଦିନରେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବା ସହ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେବା ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ବାଉଁଶୁଣି ମଣ୍ଡଳ ସଭାପତି ଶରତ କର୍ଣ୍ଣ, ବହିରା ମଣ୍ଡଳ ସଭାପତି ଯୀଶୁ ପଧାନ, ହିମାଂଶୁ କର୍ଣ୍ଣ, ଶ୍ରୀତମ ଡାଙ୍ଗ, ଆଦିବାସୀ ନେତା ଟିକୁ କହଁର, ଏକଲବ୍ୟ ମହାକୁଳ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଏଅବସରରେ ଦଳୀୟ କାର୍ଯ୍ୟକର୍ତ୍ତା ଗୃହରେ ଦଳୀୟ ପତାକା ଲଗାଇଲେ।
Boudh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/04/06/r4XZ6fW7rOWmW0dQ7B04.jpg)