ଭୁବନେଶ୍ବର: ବିଜେଡିକୁ ଦିଆଯାଇଥିବା ଜମିକୁ ଫେରାଇ ଆଣନ୍ତୁ ସରକାର। ଦଳୀୟ କାର୍ଯ୍ୟାଳୟ କରିବା ପାଇଁ ବିଜେଡି ଯେଉଁ ସରକାରୀ ଜମି ନେଇଥିଲା ଓ ଶଙ୍ଖଭବନ ନିର୍ମାଣ କରିଥିଲା, ଏବେ ତାହା ହୋଟେଲରେ ପରିଣତ ହୋଇଛି। ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ।
ଜଗନ୍ନାଥ ପ୍ରଧାନ କହିଛନ୍ତି, କର୍ପୋରେଟ ଚାନ୍ଦାରେ ତିଆରି ହୋଇଛି ଶଙ୍ଖଭବନ। ଏବେ କ୍ଷମତାରୁ ଚାଲିଯିବା ପରେ ବିଜେଡିକୁ ଚାନ୍ଦା ହେବା ଫଳରେ ଏହାକୁ ବେଆଇନ ହୋଟେଲ କରାଯାଇଛି। ଏହି ହୋଟେଲ୍ କିଏ ଚଳାଉଚି, ତାହା ବିଜେଡି ସ୍ପଷ୍ଟ କରୁ। ଏବେ ସେଠାକୁ କେହି ଯାଉନାହାନ୍ତି। ୨୦୨୧ରେ ବିଜେଡି ଯେଉଁ ସରକାରୀ ଜମି ନେଇଥିଲା ଓ ଶଙ୍ଖଭବନ ନିର୍ମାଣ କରିଥିଲା, ତାକୁ ରାଜ୍ୟ ସରକାର ଫେରାଇ ଆଣିବାକୁ ଆମେ ଦାବି କରୁଛୁ।
ଜଗନ୍ନାଥ ପ୍ରଧାନ କହିଛନ୍ତି, କର୍ପୋରେଟ ଚାନ୍ଦାରେ ତିଆରି ହୋଇଛି ଶଙ୍ଖଭବନ। ଏନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା। ଏବେ କ୍ଷମତାରୁ ଚାଲିଯିବା ପରେ ବିଜେଡିକୁ ଚାନ୍ଦା ହେବା ଫଳରେ ଏହାକୁ ବେଆଇନ ହୋଟେଲ କରାଯାଇଛି। ଚାନ୍ଦା ବନ୍ଦ ହେବା ପରେ ହୋଟେଲର ଆବଶ୍ୟକତା ପଡ଼ିଲା କି? ଏହି ହୋଟେଲ୍ କିଏ ଚଳାଉଚି, କେଉଁ ଉଦ୍ଦେଶ୍ୟରେ ଏପରି କରାଯାଇଛି, ତାହା ବିଜେଡି ସ୍ପଷ୍ଟ କରୁ। ଏବେ ସେଠାକୁ କେହି ଯାଉନାହାନ୍ତି। ୨୦୨୧ରେ ବିଜେଡି ଯେଉଁ ସରକାରୀ ଜମି ନେଇଥିଲା ଓ ଶଙ୍ଖଭବନ ନିର୍ମାଣ କରିଥିଲା, ତାକୁ ରାଜ୍ୟ ସରକାର ଫେରାଇ ଆଣିବାକୁ ଆମେ ଦାବି କରୁଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/01/13/Ivjwd5gDNKdqQPBZuVwU.jpg)