ଭଦ୍ରକ: ମନମୋହନ ସାମଲ ଚତୁର୍ଥ ଥର ପାଇଁ ରାଜ୍ୟ ବିଜେପିର ସଭାପତି ହେଲା ପରେ ତାଙ୍କୁ ଆଜି ଭଦ୍ରକ ଜିଲ୍ଲା ବିଜେପି ତରଫରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରାୟ ୫୦୦୦ରୁ ଅଧିକ ବିଜେପି ସମଥଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। କଳାକାରମାନେ ବାଜା ବଜାଉଥିଲେ। ଯୁବକମାନେ ବାଣ ଫୁଟାଉଥିଲେ। ଏହି ଶୋଭାଯାତ୍ରା ଗେଲପୁର ଛକଠାରୁ ଆରମ୍ଭ ହୋଇ ଭଦ୍ରକ ସହର ଦେଇ ଚରମ୍ପାର ଅଗ୍ରସେନ ଭବନଠାରେ ପହଞ୍ଚି ଥିଲା। ଏଥିପାଇଁ ଭଦ୍ରକ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଥିଲା। ମନମୋହନଙ୍କୁ ଏକ ସୁସଜ୍ନିତ ଖୋଲାଗାଡ଼ିରେ ବସାଯାଇ ତାଙ୍କୁ ବିଭିନ୍ନ ସାମାଜିକ ସଂଗଠନ, ଦଳୀୟ କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ନ୍ଧନା ଦେଇଥିଲେ।
ଅଗ୍ରସେନ ଭବନ ଠାରେ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଶ୍ରୀ ସାମଲ କହିଛନ୍ତି, ଓଡ଼ିଶାରେ ସରକାର ବଦଳି ବିଜେପି କ୍ଷମତାକୁ ଆସିବାରେ ଭଦ୍ରକର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଓଡ଼ିଶାର ବିକାଶ ଭଦ୍ରକରୁ ଆରମ୍ଭ ହେବ। ମେଡିକାଲ କଲେଜ, ବିଶ୍ବବିଦ୍ୟାଳୟ, ଟେକ୍ସଟାଇଲ ପାର୍କ ଆଦି ପ୍ରତିଷ୍ଠା ହେବ। ଭଦ୍ରକର ବିକାଶକୁ ତ୍ବରାନ୍ବିତ କରାଯିବ ବୋଲି ମନମୋହନ ତାଙ୍କର ସମ୍ବର୍ଦ୍ଧନା ବକ୍ତବ୍ୟରେ କହିଥିଲେ। ଧାରା କିଭଳି ଓ କେଉଁ ପଥ ଦେଇ ଶୋଭାଯାତ୍ରା ନିଆଯିବ ତାର ରୋଡ଼ ମେଫ ପ୍ରସ୍ତୁତ ହୋଇ ସାରିଥିଲା। ଏଥି ପାଇଁ ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡାଙ୍କ ନେତୃତ୍ୱରେ ଗତକାଲି ଜିଲ୍ଲାର ସବୁ ବ୍ଲକ ଓ ସବୁ ନିର୍ବାଚନ ମଣ୍ଡଳୀର ବିଜେପି କର୍ମକର୍ତ୍ତାଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇଥିଲା।
ଓଡ଼ିଶାରେ ସରକାର ବଦଳି ବିଜେପି କ୍ଷମତାକୁ ଆସିବାରେ ଭଦ୍ରକର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଓଡ଼ିଶାର ବିକାଶ ଭଦ୍ରକରୁ ଆରମ୍ଭ ହେବ। ମେଡିକାଲ କଲେଜ, ବିଶ୍ବବିଦ୍ୟାଳୟ, ଟେକ୍ସଟାଇଲ ପାର୍କ ଆଦି ପ୍ରତିଷ୍ଠା ହେବ।
-ମନମୋହନ ସାମଲ, ସଭାପତି, ରାଜ୍ୟ ବିଜେପି
ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବିଜେପି ନେତା ଅଜୟ ନାୟକ, ଡ. ସୁଧାଂଶୁ ନାୟକ, ବାଣୀକଲ୍ୟାଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ନିଜ ନିଜ ନିର୍ବାଚନ ମଣ୍ଡଳୀର ନେତାମାନେ ନିଜନିଜ ଅଞ୍ଚଳର ବିଜେପି ନେତାଙ୍କୁ ଏହି ସ୍ଲସମ୍ବର୍ଦ୍ଧନା ସଭାକୁ ଆସିବାକୁ କୁହାଯାଇଥିଲା। ସେଥିପାଇଁ ତାଙ୍କ ନିଜ ଜିଲ୍ଲା ଭଦ୍ରକ ଜିଲ୍ଲାରେ ତାଙ୍କୁ ବିପୁଳ ସମ୍ବର୍ଧନା ଦିଆଯିବା ନେଇ ପ୍ରସ୍ତୁତି କରାଯାଇଥିଲା। ଏଥିପାଇଁ ବିଜେପି, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ବଜରଙ୍ଗ ଦଳ, ଆର ଏସ ଏସ, ବିଶ୍ବହିନ୍ଦୁ ପରିଷଦ, ଏବିଭିପି ଛାତ୍ର ସଂଗଠନର କର୍ମକର୍ତ୍ତା ଙ୍କ ତରଫରୁ ଏହି ସମ୍ବର୍ଦ୍ଧନା ସଭାରେ ଯୋଗ ଦେବା ସହ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେବା ପାଇଁ ପ୍ରସ୍ତୁତ ହୋଇଛନ୍ତି।
Bhadrak | politics | Manmohan Samal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/08/22/new-project-11-2025-08-22-16-04-43.jpg)