ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥ କୁଡୁମୀ ଭବନ ଠାରେ ବିଜେପି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଜେପି ସରକାର କେନ୍ଦ୍ରରେ ୧୧ ବର୍ଷ ଓ ରାଜ୍ୟରେ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ନେଇ ଏହାର ଉତ୍କର୍ଷ ଓ ସଫଳତାର ପର୍ଯ୍ୟାଲୋଚନାର ସମୟ ଆସିଛି। ବେଟି ବାଚାଓ ବେଟି ପାଢ଼ାଓ, ଅପରେସନ ସିନ୍ଦୂର,ଉଜ୍ବଳା ଯୋଜନା, ଧାରା ୩୭୦ ଉଛେଦ ଭଳି ଅନେକ ଯୋଜନା କରିଛନ୍ତି ପ୍ରଧାନମନ୍ତ୍ରୀ। ଆଉ ଏହିସବୁ ଯୋଜନା ମହିଳାଙ୍କ ସୁରକ୍ଷିତ ଓ ସୁସ୍ଥ ଜୀବନଯାପନ ପାଇଁ ଉଦ୍ଦିଷ୍ଟ ହୋଇଛି।
କେବଳ ମହିଳା ନୁହେଁ। ବରଂ ପ୍ରଧାନମନ୍ତ୍ରୀ କୃଷି, ଶ୍ରମିକ, ସ୍ବାସ୍ଥ୍ୟ, ଶିକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ଅନେକ ଯୋଜନା କରିଛନ୍ତି। ଠିକ୍ ସେହିପରି ବିଜେପି ସରକାର ଓଡ଼ିଶାରେ ଆସିବା ପରେ ଅନେକ ଆଶାବିଶ୍ବାସ ପୂରଣ ହୋଇଛି। ପୁରୀ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବା, କର୍ପୋସ ପାଣ୍ଠିରୁ ୫୦ କୋଟି ଟଙ୍କା ମହାପ୍ରଭୁଙ୍କ ମନ୍ଦିରର ଉନ୍ନତି ପାଇଁ ପ୍ରଦାନ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବା, ଜନଧନ ଯୋଜନା, ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା, ମହିଳାଙ୍କ ଆର୍ଥିକ କ୍ଷେତ୍ରରେ ସଶକ୍ତୀକରଣ ନିମନ୍ତେ ସୁଭଦ୍ରା ଯୋଜନା, ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ଉନ୍ନତୀକରଣ ପାଇଁ ଆଯୁଷ୍ମାନ ଯୋଜନା ଓ ଓଡିଶାରୁ ଶ୍ରମିକମାନେ ବାହାର ରାଜ୍ୟ ଦାଦନ ଶ୍ରମିକ ଭାବେ ନ ଯାଇ ଏଠାରେ କଳକାରଖାନା ପ୍ରତିଷ୍ଠା କରାଯାଇ ନିଯୁକ୍ତିର ସୁଯୋଗ ଲାଭ।
ଏଭଳି ଏକବର୍ଷ ମଧ୍ଯରେ ଅନେକ ଜନହିତକର ଯୋଜନା ବିଜେପି ସରକାର କରିଥିବା ବେଳେ ଆସନ୍ତା ଚାରିବର୍ଷ ମଧ୍ଯରେ ଇସ୍ତାହାରରେ ପ୍ରଦାନ କରିଥିବା ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ବିଜେପି କର୍ମକର୍ତ୍ତା ସୂଚନା ଦେଇଥିଲେ।
ଏନେଇ ରାଇରଙ୍ଗପୁରସ୍ଥ କୁଡୁମୀ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ସଭାପତି ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବେ ରାଜ୍ୟ ପ୍ରବକ୍ତା ସତ୍ଯବ୍ରତ ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସାରସକଣା ବିଧାୟକ ଭାଦବ ହାଁସଦାଃ ଓ ଜିଲ୍ଲା ଉପସଭାପତି ବିପିନ ମହାନ୍ତ ପ୍ରମୁଖ ଯୋଗଦେଇ ବିଜେପି ସରକାରଙ୍କର ଉତ୍କର୍ଷ ଓ ସଫଳତା ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।
ଉକ୍ତ ବୈଠକରେ ରାଇରଙ୍ଗପୁର ନଗର ସଭାପତି ସୁରଥ ପଟ୍ଟନାୟକ, ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ଜିଲ୍ଲା ସମ୍ପାଦକ ଅଶୋକ ମହାନ୍ତ, ଏସି ମୋର୍ଚ୍ଚା ଜିଲ୍ଲା ସଭାପତି କିଶୋର କୁମାର ରଜକ ତଥା ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକରୁ ମଣ୍ଡଳସ୍ତରୀୟ କର୍ମକର୍ତ୍ତା ଯୋଗ ଦେବା ସହିତ ବୈଦ୍ୟୁତିକ, ଛାପା ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧିଦଳ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୁ ଗୋପାଳ ଗୋପ ପରିଚାଳନା କରିଥିବା ବେଳେ ପୂର୍ବତନ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି କୁପାସିନ୍ଧୁ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
Mayurbhanj | politics
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/14/Y2InY8sZG4AesSbobNJi.jpg)