ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ।
ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଦମ୍ଭୋକ୍ତି କରି କହିଛନ୍ତି, ରାଜ୍ୟରେ ଆଗରୁ ବିଜେପିର ସ୍ଥିତି କଣ ଥିଲା ? ପୂର୍ବରୁ ୨୦୨୪ ନିର୍ବାଚନରେ ବିଜେପି ଏକାକୀ ଲଢିଥିଲା ଏବଂ ଓଡ଼ିଶାରେ ସରକାର ଗଠନ କରିବ ବୋଲି ପୂର୍ବରୁ କହିଥିଲି। ଓଡ଼ିଶାରେ ବିଜେପି ସରକାର ଗଠନ ହେଲା। ସେହିପରି ୧୬ରୁ ୧୮ ଲୋକସଭା ଆସନରେ ବିଜୟ ହେବ ବୋଲି କହିଥିଲି, ୨୦ ସାଂସଦ ଜିତିଲେ। ତେଣୁ ନୂଆପଡା ଉପ ନିର୍ବାଚନରେ ମଧ୍ୟ ବିଜେପି ବିଜୟୀ ହେବ।
ଗତ ବିଧାନସଭା ନିର୍ବାଚନରେ ନୂଆପଡ଼ାରେ ବିଜେପି ତୃତୀୟ ସ୍ଥାନରେ ଥିଲା , ଏବେ କେମିତି ଲଢିବ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ରାଜ୍ୟରେ ଆଗରୁ ବିଜେପିର ସ୍ଥିତି କଣ ଥିଲା ? ପୂର୍ବରୁ ୨୦୨୪ ନିର୍ବାଚନରେ ବିଜେପି ଏକାକୀ ଲଢିଥିଲା ଏବଂ ଓଡ଼ିଶାରେ ସରକାର ଗଠନ କରିବ ବୋଲି ପୂର୍ବରୁ କହିଥିଲି। ଓଡ଼ିଶାରେ ବିଜେପି ସରକାର ଗଠନ ହେଲା। ସେହିପରି ୧୬ରୁ ୧୮ ଲୋକସଭା ଆସନରେ ବିଜୟ ହେବ ବୋଲି କହିଥିଲି, ୨୦ ସାଂସଦ ଜିତିଲେ। ତେଣୁ ନୂଆପଡା ଉପ ନିର୍ବାଚନରେ ମଧ୍ୟ ବିଜେପି ବିଜୟୀ ହେବ ବୋଲି କହିଛନ୍ତି ରାଜ୍ୟ ପ୍ରଭାରୀ।
ସୂଚନାଯୋଗ୍ୟ, ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ (୬୮)ଙ୍କର ସୋମବାର ଚେନ୍ନାଇର ଏମ୍ଜିଏମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।