ରାଇରଙ୍ଗପୁର: ବିଜେପିର ନୂତନ ସଦସ୍ୟତା ଅଭିଯାନ କାର୍ଯକ୍ରମ ସାରା ଭାରତ ବର୍ଷରେ ଜାରି ରହିଛି। ଏହି ପରିପ୍ରେକ୍ଷିରେ ଆଜି ରାଇରଙ୍ଗପୁରସ୍ଥିତ ପିସିଏମ କଲ୍ୟାଣ ମଣ୍ଡପଠାରେ ସଦସ୍ୟତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଜେପିର ରାଜ୍ୟ ସମ୍ପାଦକ ନବୀନ ରାମ, ପରିବେଶ ମନ୍ତ୍ରୀ ଗଣେଶ ରାମ୍ ସିଂ ଖୁଣ୍ଟିଆ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ, ସାରସକଣ। ବିଧାୟକ ଭାଦବ ହାଁସଦା, ରାଜ୍ୟ କାର୍ଯ କାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି,ଜିଲ୍ଲା ସାଧାରଣ ସମ୍ପାଦକ ମୋନଜ ଦାସ, ଜିଲ୍ଲା ଉପସଭାପତି ଯୁରିଲାଲ ମହାନ୍ତ, ମନ ରଞ୍ଜନ ମହାନ୍ତି, ଜିଲ୍ଲା କୋଷାଧକ୍ଷ ବିକାଶ ମହାନ୍ତ, ନଗର ସଭାପତି ସୁରଥ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/caBx90PhmfdquIzO9APH.jpg)