କାଲିମେଳା: ଖାଲି ଦେହରେ ଇସ୍ତ୍ରି କରୁଥିବା ବେଳେ ଚାଲିଗଲା ବ୍ଲକ ଯୋଗାଣ ଅଧିକାରୀଙ୍କ ଜୀବନ। କରେଣ୍ଟ ଲାଗି ପଡିଆ ବ୍ଲକ ଯୋଗାଣ ଅଧିକାରୀ କୁମୁଦମୟ ଗମାଙ୍ଗ ମୃତ। ଆଜି ସକାଳେ ଘଟିଛି ଏହି ଅଭାବନୀୟ ଘଟଣା। କିଛି ମାସ ତଳେ କାଲିମେଳା ବ୍ଲକରୁ ପଡିଆ ବ୍ଲକକୁ ବଦଳି ହୋଇଥିବା ବେଳେ କାଲିମେଳାରେ ଥିବା ସରକାରୀ କ୍ଵାର୍ଟର ଛାଡି ନ ଥିଲେ ବ୍ଲକ ଯୋଗାଣ ଅଧିକାରୀ। 

Advertisment

ଆଜି ପଡିଆ ବ୍ଲକରେ ନବରଙ୍ଗପୁର ସାଂସଦଙ୍କ ସମୀକ୍ଷା ଥିବାରୁ ତରତର ହୋଇ ଖାଲି ଦେହରେ ନିଜ ପ୍ୟାଣ୍ଟ ସାର୍ଟ ଆଇରନ କରୁଥିବା ବେଳେ ଶରୀରରେ କରେଣ୍ଟ ଲାଗି ଯାଇଥିଲା। ଶରୀର ଉପରେ ଆଇରନ ପଡ଼ି ଲାଗି ରହିଥିବା ବେଳେ କାଲିମେଳା ପୁଲିସ କ୍ଵାର୍ଟର ଭିତରକୁ ଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କାଲିମେଳା ମେଡିକାଲକୁ ପଠାଇଛି | ମୃତ ଯୋଗାଣ ଅଧିକାରୀଙ୍କ ଘର ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଲଷ୍ମନଗୁଡା ଗ୍ରାମରେ ବୋଲି ଜଣାଯାଇଛି।