କୋରାପୁଟ: ସ୍ଥାନୀୟ ଡିଆରଡିଏ କଲୋନି ପରିସରରେ ଥିବା କୋରାପୁଟ ପୌରାପାଳିକା ଅଡିଟୋରିୟମ୍ ପରିସରରେ ଶନିବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସେଣ୍ଟସ୍ ସ୍କୁଲ, ଜିଲ୍ଲାରକ୍ତଦାତା ପ୍ରବର୍ତ୍ତକ ସଂଘ, ସମ୍ବାଦ ଓ ଆମଓଡ଼ିଶା ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ଶିବିରରୁ ୨୩ୟୁନିଟ ସଂଗୃହୀତ ହୋଇଛି। ଶିବିରରେ ୧୨ଜଣ ମହିଳା ଓ୧୧ଜଣ ପୁରୁଷ ରକ୍ତଦାନ କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ କିଛି ବ୍ୟକ୍ତି ରକ୍ତଦାନ କରିଥିଲେ।
ଶିବିରରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଅଭିବାଭକମାନେ ରକ୍ତଦାନ କରି ଆୟୋଜକଙ୍କୁ କୃତଜ୍ଞତା ଞାପନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଜି.ସାଇକୁମାର, ଉପାଧ୍ୟକ୍ଷ ସଇଦ୍ ଇକବାଲ୍ ହୁସେନ, ଏସଭି ସନ୍ତୋଷ କୁମାର, ଶିକ୍ଷୟତ୍ରୀ ରୀତାରାଣୀ ସାହୁ, ଜିଲ୍ଲା ରକ୍ତଦାତା ପ୍ରବର୍ତ୍ତକ ସଂଘର ସଭାପତି ଜି.ସଂଜୀବ କୁମାର ରକ୍ତଦାତାଙ୍କୁ ପ୍ରତ୍ସାହିତ କରିଥିଲେ। ରକ୍ତଦାନ ଶିବିରକୁ ବିଦ୍ୟାଳୟର ଅଧ୍ୟକ୍ଷ ଜି.ସାଇ କୁମାର, ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ସଂଘ ସଭାପତି ଜି. ସଂଜୀବ କୁମାର, ସମ୍ବାଦ ଓ ଆମଓଡିଶାର ଜିଲ୍ଲା ପ୍ରତିନିଧି ସୁରେଶ କୁମାର ନାଇଡୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଓ ଶିକ୍ଷକ, ରକ୍ତଦାତା ପ୍ରବର୍ତ୍ତକ ସଂଘର ଜି.ଗୌରୀଶଙ୍କର ରାଓ, ପ୍ରିୟଦର୍ଶୀ ସାହୁ, ପ୍ରମୋଦ କୁମାର ସେଠୀ, କନକ ଟିଭି ପ୍ରତିନିଧି ସୌମ୍ୟରଂଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ।
ସମସ୍ତ ରକ୍ତଦାତାଙ୍କୁ ରକ୍ତଭଣ୍ଡାର ଓ ଆମଓଡିଶାର ପ୍ରମାଣପତ୍ର, ପରିଚୟପତ୍ର ପ୍ରଦାନ କରାଯାଇଥିଲା। ରକ୍ତଭଣ୍ଡାର ପକ୍ଷରୁ ବରିଷ୍ଠ ଟେକ୍ନିସିୟନ୍ ଏଲକେ ଘାଇନ୍, ଦେବବ୍ରତ ଦାଶ, ସୁରେଶ କୁମାର ନାୟକ, ମନୋରଂଜନ ସୁନା, ରବିନ୍ଦ୍ର ମିଶ୍ର ରକ୍ତସଂଗ୍ରହ କରିଥିଲେ।
ରକ୍ତଦାତା ଜୀବନଦାତା: ସରୋଜ ଭୁଷଣ ଜେନା, ସୌମ୍ୟରଂଜନ ବେହେରା, ଏସକେ ସୌକତ, ଏସଭି ସନ୍ତୋଷ କୁମାର, ସୟଦ୍ ଇକବାଲ ହୁସେନ୍, ଏସକେ ସଇଦୁଲାଲି, ରୋହିତ ପଟ୍ଟନାୟକ, ମଧୁସ୍ମିତା ସେଠୀ, ରାତା ରାଣୀ ସାହୁ, କୌଶଲ୍ୟା ମୀନା, ଚିନ୍ମୟୀ କୁମାରୀ ପାଣିଗ୍ରାହୀ, ନିକିତା ପାଢ଼ୀ, ବନିତା କୁମାର ପଟ୍ଟନାୟକ, ମୀନତୀ କୁମାରୀ ନନ୍ଦ, କନିଜ ଫାତିମା, ସୁମନ ନାହାକ, ନାଫିଆ ବେଗମ, ହୀରାଲାଲ କଚ୍ଛ, ବରେଶ କୁମାର ପାଣି, ନିରୁପମା ସାହୁ, ରାମ କୃଷ୍ଣ ଗୌଡ, ସତେଶ କୁମାର ତ୍ରିପାଠୀ, ଇପ୍ସିତା ପ୍ରିୟଦର୍ଶନୀ ପ୍ରମୁଖ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/08/RRVcbXrvmoqnGj5OpMIg.jpg)