ଲକ୍ଷ୍ମୀପ୍ରସାଦ/ବୌଦ୍ଧ: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ଠାରେ ଆଜି ‘ଲକ୍ଷ୍ମୀପ୍ରସାଦ ଶାନ୍ତି କମିଟି’ ଏବଂ ‘ସମ୍ବାଦ ଓ ଆମ ଓଡ଼ିଶା’ ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ଯୋଗ ଦେଇ ରକ୍ତଦାନ କରିବା ସହ ଆୟୋଜକ ଏବଂ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ଏହି ଶିବିରରେ ରକ୍ତଦାନ ପାଇଁ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ୨ଜଣ ମହିଳା ମଧ୍ୟ ରକ୍ତଦାନ କରିଥିଲେ। ଶିବିର ସଂଯୋଜନା କରିଥିବା ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧି ନବ କିଶୋର ମେହେର ୨୫ତମ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିଲେ। ଏହି ଶିବିରରେ ମୋଟ ୮୫ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରତିନିଧି ଧର୍ମୁଧର ପୋଢ଼, ଭାବେ ସାଂସଦ ପ୍ରତିନିଧି ସରୋଜ କୁମାର ମେହେର, ମଣ୍ଡଳ ସଭାପତି ସୁଶୀଲ କୁମାର ହୋତା, ଲକ୍ଷ୍ମୀପ୍ରସାଦ ସମିତିସଭ୍ୟ ପିଣ୍ଟୁ ମିର୍ଦ୍ଧା, ତେଲିବନ୍ଧ ସମିତିସଭ୍ୟ ସୁନୀଲ କୁମାର ସେଠୀ, ସମାଜସେବୀ ବିକ୍ରମ ପ୍ରଧାନ, ଲକ୍ଷ୍ମୀପ୍ରସାଦ ଶାନ୍ତି କମିଟି ସଭାପତି ପ୍ରମୋଦ କୁମାର ମେହେର, ସମ୍ପାଦକ ବୈଶାଖୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
କମିଟିର ଉପଦେଷ୍ଟା ଜଗନ୍ନାଥ ବେହେରା, କୃତିବାସ ମେହେର, ସାମ୍ବାଦିକ ମନୋରଞ୍ଜନ ନାଏକ, ଧରଣୀଧର ମେହେର, ପ୍ରଦୀପ ମେହେର, ଟଙ୍କଧର ମେହେର, ସୁରେନ୍ଦ୍ର ମେହେର ସମେତ ଲକ୍ଷ୍ମୀପ୍ରସାଦ ଶାନ୍ତି କମିଟିର ସମସ୍ତ ସଦସ୍ୟ, ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଜ୍ଞାନେନ୍ଦ୍ର ନାରାୟଣ ରଥ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଜହ୍ନାପଙ୍କ ଡାକ୍ତରଖାନାର ଡାକ୍ତର ଦିବ୍ୟ ରଞ୍ଜନ ମେହେର, ଏଲ୍ଟି ଦିଲୀପ ଭୋଇ, ନର୍ସିଂ ଅଫିସର ଯୁଦା ଶବର, କାଉନସିଲର ପ୍ରମୋଦ କୁମାର ମହାରଣା, ବନୋଜ କୁମାର ପ୍ରଧାନ, ଆଟେଣ୍ଡାଣ୍ଟ ସୁରୋଜ କୁମାର ଭୋକ୍ତାଙ୍କ ସହ ବୌଦ୍ଧ ରକ୍ତ କେନ୍ଦ୍ରର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ। ଆୟୋଜକ କମିଟି ପକ୍ଷରୁ ସଭାପତି ପ୍ରମୋଦ କୁମାର ମେହେର ସମସ୍ତ ରକ୍ତଦାତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ରକ୍ତଦାତା ଜୀବନଦାତା: ଅଶୋକ ପାଣ୍ଡିଆ, ଭିକାରି ମେହେର, ବିଶ୍ଵାମିତ୍ର ମେହେର, ନରେଶ ମେହେର, ଅଜୟ କୁମାର ମେହେର, ଉମେଶ ମେହେର, ଟିକିନା ମେହେର, ଶେଷଦେବ ମେହେର, ଶ୍ରଦ୍ଧାକର ମେହେର, ଫକୀର ମେହେର, ନରସିଂହ ମିର୍ଦ୍ଧା, ରଂଜିତ ମେହେର, ତରଣୀ ମେହେର, ଓଁକାର ମେହେର, ଦିବ୍ୟାଲୋଚନ ମେହେର, ରବୀନ୍ଦ୍ର ମେହେର, ବାବୁଲା ମେହେର, ନରେନ୍ଦ୍ର ମେହେର, ଗୁରୁ ମେହେର, ବୁଦ୍ଧରାମ ମେହେର, ବିଦ୍ୟାଧର ମେହେର, ଦୋଳଗୋବିନ୍ଦ ମେହେର, ଦୁର୍ଗା ଚରଣ ବଡ଼ମାଳି, ସାନ ମେହେର, ବିକ୍ରମ ପ୍ରଧାନ, ଲକ୍ଷ୍ମୀକାନ୍ତ ମେହେର, ତରୁଣ ମେହେର, ସୁଶାନ୍ତ ଜେନା, ଶିବୁ ମେହେର, ରବୀନ୍ଦ୍ର ମେହେର, ପ୍ରଶାନ୍ତ ବାରିକ, ବିକାଶ ମେହେର, ଗୋପାଳ ମେହେର, ମୁକୁନ୍ଦ ମେହେର, ଦାମୋଦର ମେହେର, ସଂଜୀବ ମେହେର, ଡୋଳlମଣୀ ମେହେର, ପ୍ରମୋଦିନୀ ମିର୍ଦ୍ଧା, ବିଶ୍ଵନାଥ ବଡ଼ମାଳି, ରୋହିତ ମେହେର, ନେପାଳ ମେହେର, ନିତ୍ୟାନନ୍ଦ ମେହେର, ଚନ୍ଦନ ସାହୁ, ବିକ୍ରମ ମେହେର, ମନୋଜ ଚନ୍ଦ୍ର ସାହୁ, କମଳ ଲୋଚନ ନାଏକ, ଜିତେନ ମେହେର, ବରୁଣ କୁମାର ସାହୁ, ଅଶ୍ୱିନୀ କଅଁର, ଚିତ୍ତରଞ୍ଜନ ପ୍ରଧାନ, ରଂଜିତ ଦେହୁରୀ, କାଳିଆ ମିର୍ଦ୍ଧା, ନରେନ୍ଦ୍ର ମେହେର, ଧିରେନ ଜେନା, ଲୋଚନ କୁମାର ମେହେର, ବିଭୀଷଣ ମେହେର, ରଜତ ମେହେର, ପ୍ରେମାନଦ ମେହେର, ସୀତାରାମ ମେହେର, ବୀର ମେହେର, ଲିଙ୍ଗରାଜ ମେହେର, ଗଜାନନ ପ୍ରଧାନ, ବଳରାମ ମେହେର, ଝାସକେତନ ମେହେର, ହିତେଶ୍ୱର ମେହେର, ଧନୁ ମେହେର, ଗୁପ୍ତେଶ୍ୱର ବେହେରା, ଦେବ କିଶୋର ସାହୁ, ବବି ମେହେର, ବୈଶାଖୁ ବେହେରା, ମୋତିଲାଲ ମେହେର, ସାମ୍ବାଦିକ ନବ କିଶୋର ମେହେର, ବୁଦ୍ଧଦେବ ମେହେର, ପିଣ୍ଟୁ ମିର୍ଦ୍ଧା, ବିଶ୍ୱନାଥ ମେହେର, ବୌଦ୍ଧ ଥାନା ଅଧିକାରୀ ରଂଜିତ କୁମାର ମୁନୀ ସମେତ ଦୁଇ ମହିଳା ସାନ ମେହେର, ପ୍ରମୋଦିନୀ ମିର୍ଦ୍ଧା।