କାଳିଆପାଣି: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଦିବଙ୍ଗତ ମୁଖ୍ୟ ପ୍ରଶାସିକା ପୂର୍ବତନ ବିଶ୍ବ ଶାନ୍ତିଦୂତ ଡକ୍ଟର ଦାଦି ପ୍ରକାଶମଣିଙ୍କ ୧୯ ତମ ପୁଣ୍ୟତିଥିରେ କାଳିଆପାଣି ସେବାକେନ୍ଦ୍ର ପକ୍ଷରୁ ‘ସମ୍ବାଦ’ ଓ ଆମ ଓଡ଼ିଶା ସହଭାଗିତାରେ ଆଜି ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରୁ ୫୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ କାଳିଆପାଣି ଶାଖା କାର୍ଯ୍ୟାଳୟରେ ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଭାରତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ଓ ରକ୍ତଦାନ ଶିବିରର ମୁଖ୍ୟଅତିଥି ଓଡ଼ିଶା ପୁଲିସ(ଓଆଇଏସ୍ଏଫ୍) କାଳିଆପାଣି ୟୁନିଟ୍ର ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ କିରନ କୁମାର ରକ୍ତଦାନ କରି ଶିବିର ଉଦଘାଟନ କରିଥିଲେ।
ଶ୍ରମିକନେତା ଭରତ ଚନ୍ଦ୍ର ମହାନ୍ତ ଓ ଅମଳେନ୍ଦୁ ବେହୁରା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ, ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ଓଆଇଏସ୍ଏଫ୍ ଇନ୍ସପେକ୍ଟର ଶିବ ନାରାୟଣ ଷଡ଼ଙ୍ଗୀ ଓ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥି ସମାଜସେବୀ ଆଶିଷ କୁମାର ଜେନା, ସରପଞ୍ଚ ବିକାଶ କୁମାର ପାତ୍ର, ଚିରିଗୁଣିଆ ସରକାରୀ ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତ ମଞ୍ଜରୀ ପତି, ବରିଷ୍ଠ ବ୍ରହ୍ମାକୁମାର ଗଙ୍ଗାଧର ସ୍ବାଇଁ, ଭୁବନ ବ୍ଲକ ଓଡ଼ିଶ ଗାଁ ଷଣ୍ଢ ପରିବାରର ୩ ଭାଇଭଉଣୀ ରୁଚିସ୍ମିତା, ସଙ୍ଗମଦୀପ ଓ ସାଗରଦୀପ ଏବଂ ଦମ୍ପତି ସସ୍ମିତା ଓଝା ଓ ଆଲୋକ ମହାରଣା ରକ୍ତଦାନ କରି ପ୍ରେରଣା ସାଜିଥିଲେ। ସାମ୍ବାଦିକ ଦୟାନିଧି ମହାନ୍ତ, ବ୍ରହ୍ମାକୁମାର ବୈକୁଣ୍ଠ, ଶ୍ରୀଧର, ଶରତ, ଡମ୍ବରୁ ଓ ଉପେନ୍ଦ୍ର, ବ୍ରହ୍ମାକୁମାରୀ ଶ୍ରଦ୍ଧାଞ୍ଜଳି, ସଞ୍ଜୁଲତା, ଉଷାରାଣୀ, ଉର୍ମିଳା, ଯମୁନା, ରୁକ୍ମଣୀ ପ୍ରମୁଖ ସହଯୋଗ କରିଥିଲେ।
ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରେଡକ୍ରସ ବ୍ଲଡ ବ୍ୟାଙ୍କ ପକ୍ଷରୁ କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ରାଉତରାୟଙ୍କ ତତ୍ତ୍ବାବଧାନରେ ସୀତାଂଶୁ କୁମାର ସ୍ବାଇଁ, ଇତିଶ୍ରୀ ନାୟକ, ଅଜୟ କୁମାର ଜେନା ଓ ତରୁଣ କୁମାର ନାୟକ ରକ୍ତ ସଂଗ୍ରହ କରିଥିଲେ। ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପ୍ରତିନିଧି ରବି ନାରାୟଣ କର ପରିଚାଳନା କରିଥିଲେ।
ରକ୍ତଦାତା ଜୀବନ ଦାତା : କିରଣ କୁମାର, ଦେବେନ୍ଦ୍ର କୁମାର ସ୍ବାଇଁ, କିଶୋର ଚନ୍ଦ୍ର ରାଉତ, ସରୋଜ ମହାନ୍ତ, ମନୋଜ କୁମାର ବେହେରା, ଘନଶ୍ୟାମ ମୁଣ୍ଡା, ଲଳିତା ଘଣା, ମମତା ସେଠୀ, ପ୍ରଦୀପ କୁମାର ନାୟକ, ବିଳିସିନୀ ପରିଡ଼ା, ଚନ୍ଦ୍ରକାନ୍ତ ମହାନ୍ତି, ସୁଶାନ୍ତ କୁମାର ଭଞ୍ଜ, ଆରତି ମହାନ୍ତ, ଗୀତାଞ୍ଜଳି ଘଣା, ସୁଭଦ୍ରା ନାୟକ, ଦୁର୍ଗାଚରଣ ମୁର୍ମୁ, ଗହ୍ମା ମହାନ୍ତ, ଅକ୍ଷୟ କୁମାର ଦାସ, ସୁବ୍ରତ ମିଶ୍ର, ଉପେନ୍ଦ୍ର ମହାନ୍ତ, ବିକାଶ କୁମାର ପାତ୍ର, ଆଲୋକ ମହାରଣା, ସରସ୍ବତୀ କାରୁଆ, ରାଜେଶ ଭୂୟାଁ, ସଙ୍ଗମଦୀପ ଷଣ୍ଢ, ରୁଚିସ୍ମିତା ଷଣ୍ଢ, ଫକୀର ଖାନ, ରବୀନ୍ଦ୍ର ମହାନ୍ତ, ଗଙ୍ଗାଧର ସ୍ବାଇଁ, ସସ୍ମିତା ଓଝା, ଲକ୍ଷ୍ମୀ ମହାନ୍ତ, ମଳୟ ବିଶ୍ବାଳ, ବିଶ୍ବଜିତ ଜେନା, ମାନସିଂ ଶୁଣ୍ଢି, ଅନିଲ କୁମାର ମହାନ୍ତ, ଅନିଲ କୁମାର ସିୟା, ପ୍ରଭାତ ମଞ୍ଜରୀ ପତି, ଆଶିଷ କୁମାର ଜେନା, ସଞ୍ଜୟ କୁମାର ମହାନ୍ତ, ସୁସାମନ୍ତ ନାୟକ, ସୌମ୍ୟରଞ୍ଜନ ମହାନ୍ତି, ସୁରେଶ ମହାନ୍ତ, ସାଗରଦୀପ ଷଣ୍ଢ, ରାମଦାସ ହେମ୍ବ୍ରମ, ଶତ୍ରୁଘ୍ନ ଜେନା, ସୁବୋଧ କୁମାର ଦାଶ, ଚିନ୍ତାମଣି ବେହେରା, ଜୟପ୍ରକାଶ ସାହୁ, ମହେନ୍ଦ୍ର ପାତ୍ର, ଆକାଶ ଦଳେଇ, ରବି ନାରାୟଣ କର, ସୁଶାନ୍ତ ମହାପାତ୍ର, ପବନ ମହାନ୍ତ, ଦିବାକର ସାହୁ ଓ ଜୟଦେବ କର।
Jajpur