ଗୁଡାରି: ଆଷାଢ ପୂର୍ଣ୍ଣିମା ଅର୍ଥାତ ଗୁରୁପୂର୍ଣିମା ତିଥିରେ ଶ୍ରାବଣ ମାସ ଆରମ୍ଭ ହୋଇଥିବାରୁ ବୋଲବୋମ ଦୀକ୍ଷାରେ ଦୀକ୍ଷିତ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ଗୁଡ଼ାରି ଅଞ୍ଚଳର ଅନେକ ଶ୍ରଦ୍ଧାଳୁl ଗୁଡ଼ାରି, ଢେପାଗୁଡା ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ବୋଲ୍‌ ବୋମ୍‌ ଦୀକ୍ଷା ଗ୍ରହଣ କରିଛନ୍ତିl ସକାଳ ୪ଟାରେ ଗୁଡ଼ାରି ବଂଶଧାରା ନଦୀକୂଳରେ ବାଲୁକା ଲିଙ୍ଗ ସ୍ଥାପନ କରି ପୂଜା ଅର୍ଚ୍ଚନା ସହ ଲିଙ୍ଗାବରଣ କରି ଦୀକ୍ଷା ଗ୍ରହଣ କରିଛନ୍ତି l

Advertisment

ଦୀର୍ଘ ଏକ ମାସ ଏହି ଦୀକ୍ଷା ଗ୍ରହଣ କରି ସାକାହାରୀ ଭୋଜନ କରି ଏକ ଆଶ୍ରମରେ ବୋଲବମ ଦୀକ୍ଷିତ ଭକ୍ତ ରହିବେ ବୋଲି ଗୁରୁ ବୋମ ପୁଣ୍ୟ ନନ୍ଦ ମତ ପ୍ରକାଶ କରିଛନ୍ତିl ପ୍ରତିଦିନ ସକାଳୁ ନଦୀରୁ ପାଣି ଉଠାଇ ଗୁଡ଼ାରି ଶିବ ମନ୍ଦିର ଏବଂ ଢେପାଗୁଡ଼ା ବୋଲବମ୍‌ ସଂଘର ଭକ୍ତ  ଝିଗିଡ଼ି ଭାଟା ଶୈବ ପୀଠ ଧବଳେଶ୍ୱର ମନ୍ଦିରରେ ଜଳାଭିଷେକ କରାଯିବ ବୋଲି ଭବାନୀ ଶଙ୍କର ପଣ୍ଡା ମତ ପ୍ରକାଶ କରିଛନ୍ତି l ଏହି ଦୀକ୍ଷା ଗ୍ରହଣ କଲେ ମାନସିକ ପୂର୍ଣ୍ଣ ହେବ ବୋଲି ବିଶ୍ୱାସ ରହିଛିl ଗୁଡ଼ାରି ବୋଲବୋମ ସଂଘରେ ଗୁରୁ ବୋମ ଶ୍ରୀ ନନ୍ଦ ଦୀକ୍ଷା ରେ ଦୀକ୍ଷିତ କରିଥିଲେl ସେହିପରି ଢେପାଗୁଡ଼ା ବୋଲବମ ସଂଘରେ ଶ୍ରୀ ପଣ୍ଡା ଶ୍ରଦ୍ଧାଳୁଙ୍କୁ ଦୀକ୍ଷିତ କରାଇଥିଲେl 

ରାତି ପାହିଲେ ଶ୍ରାବଣ ସ୍ପର୍ଶ କରିବ। ମହାଦେବଙ୍କ ପାଇଁ ଭକ୍ତମାନେ ତାଙ୍କର ବୋଲବମ ଅଭିଯାନ ଆରମ୍ଭ କରିବେ। ଦେହରେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ ବାହୁଙ୍ଗି ଧରିବେ। ତୁଣ୍ଡରେ ଶିବ ପଞ୍ଚାକ୍ଷର ମନ୍ତ୍ର ପଢ଼ିବେ। କାଉଡ଼ିଆଙ୍କ ବୋଲ୍‌ବମ୍‌ ହରହର ଧ୍ବନିରେ କମ୍ପିବ ଶିବାଳୟ। କାଉଡ଼ିଆମାନେ ଅଧରାତିରୁ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ଆସନ୍ତା ସୋମବାର ଦିନ ମହାଦେବଙ୍କୁ ଜଳଲାଗି କରିବେ। ଶିବଭକ୍ତ ଦେବଦେବ ମହାଦେବଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିବେ। ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସୁବିଧା ସହ ଯୋଗାଇ ଦିଆଯିବା ପାଇଁ ପ୍ରସ୍ତୁତି ଚାଲିଛି। 

ଚଳିତ ବର୍ଷ ପୂଜା ସାମଗ୍ରୀ ବେପାରୀମାନେ ଭଲ ବେପାର ଆଶା ରଖିଛନ୍ତି। ବ୍ୟବସାୟୀଙ୍କ  କହିବା କଥା ଭଲ ବେପାର ଆଶାରେ ପୂଜା ସାମଗ୍ରୀ ବ୍ୟବସାୟୀମାନେ ବିଭିନ୍ନ ରକମର ବାହୁଙ୍ଗି, ପାଣି କଳସ ଶିକା ଆଦି ମହଜୁଦ ରଖିଛନ୍ତି। ପୂଜା ସାମଗ୍ରୀ ବିକିବା ଟ୍ରାଫିକ୍‍ ନିୟନ୍ତ୍ରଣ ସହ ଓ କାଉଡ଼ିଆମାନଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହେବେ। ରାଜ୍ୟର ପ୍ରମୁଖ ଶିବାଳୟଗୁଡ଼ିକରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି।  

shawan