ରାଇରଙ୍ଗପୁର: ବିଜେପି ରାଜ୍ୟ ସମ୍ପାଦକଙ୍କ ବାସଗୃହକୁ ବୋମାମାଡ଼ ହୋଇଥିବା ଅଭିଯୋଗ। ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ବିଜେପି ରାଜ୍ୟ ସମ୍ପାଦକ ନବୀନ କୁମାର ରାମ୍ଙ୍କ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥ ଅରବିନ୍ଦ ଲ୍ୟାନ୍ ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ତଥା ବାସଗୃହ ଉପରେ ବୋମାମାଡ଼ ହୋଇଥିଲା। ଆକ୍ରମଣ ସମୟରେ ସେ ଶୋଇଥିଲେ। ମଧ୍ୟ ରାତିରେ ଏକ ବୋମା ଫୁଟିବାର ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ସେ ଭାବିଲେ ତାଙ୍କ ଘର ପାଖରେ କେହି ବାଣ ଫୁଟାଇଛନ୍ତି କିମ୍ବା ଛାତ ଉପରେ କିଛି ପଡ଼ିଛି।
ସକାଳୁ ଉଠିବା ପରେ ତାଙ୍କ ଘର ଫାଟକ ମଧ୍ୟରେ ଥିବା କବାଟ ପାର୍ଶରେ ଦୁର୍ଗନ୍ଧ ବାହାରୁଥିବା କିଛି ହଲଦିଆ ରଙ୍ଗର କ୍ୟାମିକାଲ, କାଚ ଓ ଲୁହାକଣ୍ଟା ପଡ଼ିଛି। ପାଖରେ ଥିବା ବାଇକ୍ରେ ମଧ୍ୟ ହଳଦିଆ ରଙ୍ଗର କ୍ୟାମିକାଲ ଗୁଣ୍ଡ ଲାଗିଛି। ତେବେ ବୋମାମାଡ଼ରେ ସେମିତି କ୍ଷତି ହୋଇନଥିଲେ ମଧ୍ୟ ବୋମାମାଡ଼ର ଦାଗ ଓ ଦୁର୍ଗନ୍ଧ ବର୍ତ୍ତମାନ୍ ସୁଦ୍ଧା ରହିଛି।
ପାରିପାର୍ଶ୍ବିକ ଦୃଷ୍ଟିରୁ ତାଙ୍କୁ କେହି ବୋମାମାଡ଼ କରି ହତ୍ୟା ଉଦ୍ୟମ କରିଥିବା ନେଇ ରାଇରଙ୍ଗପୁର ଟାଉନ୍ ଥାନାରେ ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ୍ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଟାଉନ୍ ଥାନା ପୁଲିସ୍ ଓ ବାରିପଦାରୁ ସାଇଣ୍ଟିଫିକ ଟିମ ଆହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସାଇଣ୍ଟିଫିକ ଟିମ୍ ଫୁଟା ବୋମାର କିଛି ନମୁନା ସଂଗ୍ରହ କରିବା ସହିତ ତଦନ୍ତ କରି ଫେରିଛନ୍ତି।
ଆଉ ଦିନକ ପରେ ରଥଯାତ୍ରା, ରାଇରଙ୍ଗପୁର ବଡ଼ଦାଣ୍ଡ ଓ ମୀନାବଜାରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସମାଗମ ହେବ। କିନ୍ତୁ ଦିନକ ପୂର୍ବରୁ ମଧ୍ୟରାତ୍ରରେ ଏଭଳି ଘଟଣା ଦୁର୍ବୃତ୍ତ ଘଟାଇ ଥିବାରୁ ଅଞ୍ଚାଲରେ ଭୟର ବାତାବରଣ ଖେଳିଯାଇଛି। ଗତକାଲି ରାଇରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଯାଇଥିଲେ ଦୁର୍ବୃତ୍ତମାନେ ପୁଲିସ୍କୁ ଖୋଲା ଚାଲେଞ୍ଜ ଦେଉଥିବା ନେଇ ଚର୍ଚ୍ଚା ହେଉଛି। ଏନେଇ ରାଇରଙ୍ଗପୁର ଟାଉନ୍ ଥାନାରେ କେଶ୍ ନଂ ୧୨୪/୨୫ରେ ଏକ ମାମଲା ରୁଜୁ ହୋଇଛି।
Mayurbhanj | BJP
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/26/bb9abafa-18a2-4d96-8a7b-f53d8e41d378-2025-06-26-20-57-04.jpg)