ନୟାଗଡ଼: ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼ ହୋଇଥିବା ଘଟଣା ନୟାଗଡ଼ରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଏହି ଘଟଣାରେ ୩ ଗ୍ରାମବାସୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଏହି ଘଟଣାରେ ଜଣଙ୍କୁ କାବୁ କରିଛନ୍ତି ଗ୍ରାମବାସୀ। ନୟାଗଡ଼ ଟାଉନ ଥାନା ସୋଲପଟା ଗାଁରେ ଏଭଳି ଘଟଣା ଘଟିଥିବା ଜଣାଯାଇଛି। 

Advertisment

ଡକାୟତି ଉଦ୍ୟମ କରିଥିଲେ ୪ ଦୁର୍ବୃତ୍ତ

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୨ଟି ମୋଟର ସାଇକେଲ୍‌ରେ ଆସି ଡକାୟତି ଉଦ୍ୟମ କରିଥିଲେ ୪ ଦୁର୍ବୃତ୍ତ। ଲୁଟ୍ ଉଦ୍ଦେଶ୍ୟରେ ଭାଟସାହି ଗାଁ ଭିତରକୁ ପଶିଥିଲେ। ଗାଁ ଲୋକଙ୍କର ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇ ପ୍ରଶ୍ନ କରଥିଲେ। ପରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲା କଥ। ଖସିବା ପାଇଁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ଏଥିରେ ୩ ଗ୍ରାମବାସୀ ଆହତ ହୋଇଥିଲେ। ତେବେ ଜଣେ ଦୁର୍ବୃତ୍ତକୁ କାବୁ କରି ପୁଲିସକୁ ଜିମା ଦେଇଛନ୍ତି ଗ୍ରାମବାସୀ। ଅନ୍ୟ ୩ ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। 

ମଧ୍ୟରାତ୍ରୀରେ କରୁଥିଲେ ଟ୍ରାକ୍ଟର ଚୋରି, ଅଟକାଇବାରୁ ନେଲେ ୨ଜଣଙ୍କ ଜୀବନ

ସେପଟେ ନିଜ ଟ୍ରାକ୍ଟର ଟ୍ରଲିକୁ ଉଦ୍ଧାର କରିବାକୁ ଯାଇ ଦୁଇ ମାଲିକ ଜୀବନ ହରାଇଛନ୍ତି। କଳାହାଣ୍ଡିଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ସୋମବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ଲୁଟ୍‌ କରୁଥିବା ଲୁଟେରାମାନେ ଟ୍ରାକ୍ଟର ମାଲିକଙ୍କ ପୁଅ ଏବଂ ପୁତୁରାଙ୍କ ଉପରେ ଟ୍ରାକ୍ଟର ଚଢ଼ାଇଛନ୍ତି। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନେ ହେଲେ ହରିଶଙ୍କର ଭଏସାଲ ଓ ସତ୍ୟମ ଭଏସାଲ। 

ଆହୁରି ପଢ଼ନ୍ତୁ: Bihar Exit Poll: ବିହାରରେ ପୁଣି ଏନଡିଏ ସରକାର! ସାମ୍ନାକୁ ଆସିଲା ବୁଥ ବାହୁଡା ମତ

ଘଟଣାରୁ ଜଣାଯାଏ ଯେ ସୋମବାର ବିଳମ୍ବିତ ରାତ୍ରିରେ ମେରଘରା ଗାଁର ମାଲିକ ଲାଲୁ ଭଏସାଲ ନିଜ ଟ୍ରାକ୍ଟର (ଓଡି ୦୮ କ୍ଯୁ ୯୭୫୩)ର ଟ୍ରଲିକୁ ନିଜ ଘରେ ରଖିଥିବା ବେଳେ କିଛି ଦୁର୍ବୁତ୍ତ ଏହାକୁ ଚୋରି କରିବାକୁ ଉଦ୍ୟମ କରିଥିଲେ। ଦୁର୍ବୃତ୍ତମାନେ ଟ୍ରଲିକୁ ଏକ ଟ୍ରାକ୍ଟର ଆଣି  ଚୋରି କରି ନେଉଥିଲେ। ଏହି ସମୟରେ ପରିସ୍ରା କରିବାକୁ ବାହାରକୁ ବାହାରି ଥିବା ହରିଶଙ୍କର ଭଏସାଲ ନିଜ କାକାଙ୍କ ଟ୍ରାକ୍ଟରର ଟ୍ରାଲିକୁ ଅନ୍ୟ ଏକ ଟ୍ରାକ୍ଟର ନେଇଯାଉଥିବାର ଦେଖିଥିଲେ। ସେ ଟ୍ରାକ୍ଟର ମାଲିକଙ୍କ ସାନ ପୁଅ ସତ୍ୟମ ଭଏସାଲକୁ ସୂଚନା ଦେଇଥିଲେ। ପରେ ଦୁହେଁ ଏକ ବାଇକ୍‌ (ଓଡି ୦୮ ଏନ୍‌ ୬୫୨୨)ରେ  ପିଛା କରି ତେନ୍ତୁଲିଆପଡା ଛକ ନିକଟରେ ଟ୍ରାକ୍ଟରକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ତେବେ ଅନ୍ୟ ଉପାୟ ନପାଇ ଚୋରମାନେ ଦୁଇ ଜଣଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇ ଫେରାର ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ:  Police-SI-Scam Bail: ପୁଲିସ ଏସ୍‌ଆଇ କେଳେଙ୍କାରୀ: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ୬ଜଣଙ୍କ ଜାମିନ ଆବେଦନ 

ରାଗିଗଲେ ଚୋର

ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିଲା ପରେ ଦୁଇ ଜଣଙ୍କୁ ଗୁରୁତର ଭାବରେ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣକୁ ବୁର୍ଲା ସ୍ଥାନାନ୍ତର କରିଥିବା ବେଳେ କେସିଙ୍ଗା ନିକଟରେ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଧର୍ମଗଡ଼ ଥାନାରେ ଏତଲା ଦେଇଛନ୍ତି। ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି।