ଘୁ.ଉଦୟଗିରି: ଜାତୀୟ ରାଜପଥ ନଂ୧୫୭ କଳିଙ୍ଗା ଘାଟିର ଅନ୍ଧାରକୋଟି ଠାରେ ନିର୍ମାଣଧିନ ଚାଲିଥିବା ସୁରକ୍ଷା ପାଚେରୀ କାମ ଭୁଶୁଡ଼ି ପଡିବା ଫଳରେ ବିପଦଜନକ ଭାବରେ ଯାତାୟାତ କରୁଛି ଯାନବାହାନ। କଳିଙ୍ଗାଘାଟି ଗଞ୍ଜାମ ସହ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଅଛି। ଏହି ଘାଟି ଦେଇ ଦୈନିକ ପ୍ରାୟ ଶହଶହ ଗାଡି ଯିବା ଆସିବା କରୁଛି। କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ୱର, ବ୍ରହ୍ମପୁର, ଭଞ୍ଜନଗର ଆଦି ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବା ବେଳେ ବାହାର ଜିଲ୍ଲାରୁ ରାୟଗଡ଼ା, ରାୟପୁର, କଳାହାଣ୍ଡି, ରାଉରକେଲା, ସମ୍ବଲପୁର ଆଦି ବିଭିନ୍ନ ସ୍ଥାନକୁ ବହୁ ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ, କାର ବାଇକ ଯିବା ଆସିବା କରନ୍ତି ଏବଂ ବହୁ ମାଲ ବୋଝେଇ ଟ୍ରକ ଯିବା ଆସିବା କରନ୍ତି।
ଦୀର୍ଘ ୧୦ କିମି ରାସ୍ତା କଳିଙ୍ଗା ଘାଟି ରହିଅଛି। କିନ୍ତୁ ଘାଟିର ଅନ୍ଧାର କୋଟି ଠାରେ ପ୍ରାୟ ଦୁଇ ବର୍ଷ ହେବ କାମ ଚାଲୁଅଛି। ରାସ୍ତା କାମ ଚାଲିଥିବା ବେଳେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏତେ ବଡ ସୁରକ୍ଷା ପାଚେରୀ କାର୍ଯ୍ୟ କିପରି ଭୁଷୁଡି ପଡ଼ିଲା ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଛି। ଭବିଷ୍ୟତ ରେ ଯଦି କୌଣସି ପ୍ରକାରେ ଏମିତି ଗାର୍ଡ ୱାଲ ଭୁଶୁଡି ଯାଏ ତେବେ ସେହି ସମୟରେ ଯାତାୟାତ କରୁଥିବା ଯାତ୍ରୀବାହୀ ବସ କିମ୍ବା ଟ୍ରକ ର ଅବସ୍ଥା କଣ ହେବ ତାହା ଚିନ୍ତା ଜନକ ପରିସ୍ଥିତି ରହିଅଛି। ଏଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ଏହି କାମ ପ୍ରତି ସମ୍ପୂର୍ଣ୍ଣ ତୀକ୍ଷ୍ଣ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।ଗତକାଲି ସନ୍ଧ୍ୟା ସମୟରେ ଏହା ଘଟଣା ଘଟିଅଛି। ବର୍ତ୍ତମାନ ସେହି କାର୍ଯ୍ୟ କରୁଥିବା କମ୍ପାନି ନିଜେ ସଜାଡ଼ିବାରେ ଲାଗିଛନ୍ତି। ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ବୋଲି ମତବ୍ୟକ୍ତ ପ୍ରକାଶ ପାଇଛି।
କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ୱର, ବ୍ରହ୍ମପୁର, ଭଞ୍ଜନଗର ଆଦି ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବା ବେଳେ ବାହାର ଜିଲ୍ଲାରୁ ରାୟଗଡ଼ା, ରାୟପୁର, କଳାହାଣ୍ଡି, ରାଉରକେଲା, ସମ୍ବଲପୁର ଆଦି ବିଭିନ୍ନ ସ୍ଥାନକୁ ବହୁ ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ, କାର ବାଇକ ଯିବା ଆସିବା କରନ୍ତି ଏବଂ ବହୁ ମାଲ ବୋଝେଇ ଟ୍ରକ ଯିବା ଆସିବା କରନ୍ତି।
ପ୍ରକାଶ ଥାଉକି ଗତ ବର୍ଷ ମଧ୍ୟ ଏହିଭଳି କାର୍ଯ୍ୟ ଚାଲୁଥିବା ସମୟରେ ଏମିତି ଭୁଶୁଡ଼ି ପଡ଼ିଥିଲା। କାର୍ଯ୍ୟ କରୁଥିବା ବାହାର ରାଜ୍ୟର ଠିକା କମ୍ପାନି ପୁଣି ତାକୁ ସଜାଡି ଥିବା ବେଳେ ପୁଣି ଭୁଶୁଡ଼ି ପଡ଼ିଛି। ବାରମ୍ବାର ଏହି କାର୍ଯ୍ୟ ଭୁଶୁଡ଼ିବା ଯୋଗୁଁ କାର୍ଯ୍ୟର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି ପୁଣି ରାସ୍ତା ଯଦି ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଏ ତାହାହେଲେ ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାର ସଂଯୋଗ ସମ୍ପୂର୍ଣ୍ଣ ଠପ ହୋଇଯିବ।
Nabarangpur