ବ୍ରହ୍ମପୁର: ଗୋପାଳପୁର ଥାନାରେ ନାବାଳିକା ଫିନାଇଲ ପିଇବା ଘଟଣାରେ ପୁରୁଷ ବନ୍ଧୁଙ୍କୁ ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ  କରିଛି| ନାବାଳିକାଙ୍କୁ ଅପହରଣ, ଯୌନ ନିର୍ଯାତନା ନେଇ ପୀଡ଼ିତାଙ୍କ ମା ଥାନାରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ | କେଉଁ ପରିସ୍ଥିତିରେ ଏପରି ହେଲା ତାର ତଦନ୍ତ କରୁଛି ପୁଲିସ।

Advertisment

ସୂଚନା ମୁତାବକ, ଗତକାଲି ସକାଳ ୧୧ଟା ବେଳେ ଜଣେ ନାବାଳିକା ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଆସିଥିଲେ। ସମୁଦ୍ରକୂଳରେ ବୁଲିସାରିବା ପରେ ଜଣକ ଘରକୁ ୨ ଘଣ୍ଟା ପାଇଁ ଭଡ଼ାରେ ମାଗିଥିଲେ। ସେ ମନା କରିବା ପରେ ଥାନାରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ। ତେବେ ନାବାଳିକା ହୋଇଥିବାରୁ ତୁରନ୍ତ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ନାବାଳିକାଙ୍କ ବାପା ଖବର ପାଇ ଥାନାରେ ପହଞ୍ଚି ଘଟଣା ବିଷୟରେ ଜାଣିବାକୁ ଚାହିଥିଲେ। ତେବେ ଥାନାରେ ବାପାଙ୍କୁ ଦେଖି ନାବାଳିକା ଚିନ୍ତାରେ ପଡ଼ି ଯାଇଥିଲେ। ଭୟ କିମ୍ବା ଅନ୍ୟ କୌଣସି କାରଣରୁ ସେ ଥାନା ଭିତରେ ଫିନାଇଲ୍‌ ପିଇ ଦେଇଥିଲେ। 

ଗତକାଲି ସକାଳ ୧୧ଟା ବେଳେ ଜଣେ ନାବାଳିକା ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଆସିଥିଲେ। ସମୁଦ୍ରକୂଳରେ ବୁଲିସାରିବା ପରେ ଜଣକ ଘରକୁ ୨ ଘଣ୍ଟା ପାଇଁ ଭଡ଼ାରେ ମାଗିଥିଲେ। ସେ ମନା କରିବା ପରେ ଥାନାରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ। ତେବେ ନାବାଳିକା ହୋଇଥିବାରୁ ତୁରନ୍ତ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ନାବାଳିକାଙ୍କ ବାପା ଖବର ପାଇ ଥାନାରେ ପହଞ୍ଚି ଘଟଣା ବିଷୟରେ ଜାଣିବାକୁ ଚାହିଥିଲେ। ତେବେ ଥାନାରେ ବାପାଙ୍କୁ ଦେଖି ନାବାଳିକା ଚିନ୍ତାରେ ପଡ଼ି ଯାଇଥିଲେ। ଭୟ କିମ୍ବା ଅନ୍ୟ କୌଣସି କାରଣରୁ ସେ ଥାନା ଭିତରେ ଫିନାଇଲ୍‌ ପିଇ ଦେଇଥିଲେ। 

ପୁଲିସ ଏହା ଜାଣିବା ପରେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜିରେ ଭର୍ତ୍ତି କରିଥିଲା। ଏମ୍‌କେସିଜି ଆଶୁ ଚିକିତ୍ସା ବିଭାଗର ମେଡିସିନ ୱାର୍ଡରେ ତାଙ୍କ ଚିକିତ୍ସା ଚାଲିଛି। ଦୁଇ ଜଣିଆ ଡାକ୍ତରୀ ଟିମ୍‌ ତାଙ୍କୁ ଚିକିତ୍ସା କରୁଛନ୍ତି। ଯଦିଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି, ତଥାପି ୨୪ ଘଣ୍ଟା ପର୍ଯ୍ୟନ୍ତ ସେ ନିରୀକ୍ଷଣରେ ରହିବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ଘଟଣା ସମ୍ପର୍କରେ ଏସ୍‌ପି ଡା.ଶରବଣା ବିବେକ ଏମ୍‌ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କେଉଁ ପରିସ୍ଥିତିରେ ନାବାଳିକା ଥାନାରେ ଫିନାଇଲ୍‌ ପିଇଲେ ତାହାର ତଦନ୍ତ କରାଯିବ ବୋଲି ସେ ସୂଚନା ଦେଇଥିଲେ।