କାମାକ୍ଷାନଗର:  କାମାକ୍ଷାନଗର ଅବକାରୀ ବଭାଗର ବଡ଼ ସଫଳତା l ୬୮୦ ଗ୍ରାମର ବ୍ରାଉନସୁଗାର ଜବତ, ଯାହାର ଆନୁ୍ମାନିକ ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବ। ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ସହରର ମୁଣ୍ଡିଦେଉଳି ସାହିରେ ବ୍ରାଉନସୁଗାର କାରବାର ନେଇ ଚଢ଼ାଉ କରିଥିଲା ଅବକାରୀ ବିଭାଗର ଦୁଇଟି ଟିମ୍ l ଗିରଫ ଦୁଇ ଜଣ ମା ଓ ପୁଅ ହୋଇଥିବା ବେଳେ ଚଢ଼ାଉ ବେଳେ ଅନ୍ୟ ଜଣେ ପୁଅ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା କହିଛି ଅବକାରୀ ବିଭାଗ।

Advertisment

ଅବକାରୀ ବିଭାଗକୁ ଚକମା ଦେଇ ବହୁ ଦିନ ହେଲା ମାଆ ପୁଅ ଏଠାରେ ବ୍ୟବସାୟ କରିଆସୁଥିଲେ। କାମାକ୍ଷାନଗର ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବ୍ୟବସାୟ ବଢି ଚାଲିଥିବା ବେଳେ ବିଶେଷ କରି ଯୁବପିଢିମାନେ ଏଥିରେ ନିୟୋଜିତ ରହୁଥିଲେ। ଫେରାର ଥିବା ଅଭିଯୁକ୍ତକୁ ଗିରଫ ପାଇଁ ଅବକାରୀ ବିଭାଗ କହିଥିବା ବେଳେ ଆହୁରି ଅଧିକ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!

ଢେଙ୍କାନାଳ ଜିଲ୍ଲାରେ ଏହା ପ୍ରଥମ ଘଟଣା

ଏତେ ପରିମାଣର ଜବତ ହେବା ଢେଙ୍କାନାଳ ଜିଲ୍ଲାରେ ଏହା ପ୍ରଥମ ଘଟଣା। ତେଣୁ କେଉଁ ଅଞ୍ଚଳରୁ ଏହା ଆସୁଥିଲା ସେନେଇ ତଦନ୍ତ କରିବା ସହ ରାଜ୍ୟ ବାହାରର ବ୍ରାଉନସୁଗାର ବେପାରିଙ୍କ ସହିତ ସଂପର୍କ ଥିବା ଅନୁମାନ କରିଛି ଅବକାରୀ ବିଭାଗ।

୧୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଜଗତସିଂହପୁର ସଦର: ଜିଲ୍ଲା ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଜାହାନପୁର ଗ୍ରାମରେ ଚଢ଼ଉ କରାଯାଇ ୧୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଥିଲା। ଏଥି ସହିତ ଅବକାରୀ ବିଭାଗ ଅଭିଯୁକ୍ତକୁ ଗରିଫ କରି କୋର୍ଟ ଚାଲାଣ କରିଥିଲା। ବ୍ରାଉନ୍‌ସୁଗାର ବେପାରୀ ହେଲା ପ୍ରଶାନ୍ତ କୁମାର ସ୍ବାଇଁ।

ଆହୁରି ପଢ଼ନ୍ତୁ: Statement Dharmendra Pradhan ଡବଲ ଇଞ୍ଜିନ ସରକାର ସବୁବେଳେ ‘ଅନ୍ନଦାତା’ଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛନ୍ତି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜିଲ୍ଲା ଅବକାରୀ ଇନ୍ସପେକ୍ଟର ପ୍ରଭାସ ଚୌଧୁରୀଙ୍କ ସୂଚନା ଅନୁସାରେ ଜଗତସିଂହପୁର ଥାନା ଅନ୍ତର୍ଗତ ଯାହାନପୁର ଗ୍ରାମରେ ବ୍ୟାପକ ବ୍ରାଉନସୁଗାର କାରବାର ଚାଲିଥିବା ନେଇ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଅବକାରୀ ବିଭାଗ ପକ୍ଷରୁ ଯୋଜନା ଅନୁସାରେ ଅତର୍କିତ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ପ୍ରଶାନ୍ତ କୁମାର ସ୍ବାଇଁଙ୍କ ଠାରୁ ବ୍ରାଉନ୍‌ସୁଗାର ଜବତ ହୋଇଥିଲା।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୬ଲକ୍ଷ ଟଙ୍କା ହେବ ବୋଲି ଜିଲା ଅବକାରୀ ଇନ୍ସପେକ୍ଟର ଶ୍ରୀ ଚୌଧୁରୀ କହିଛନ୍ତି। ଏହି ଚଢଉରେ ଏସ ଆଇ ଭାଗ୍ୟଲକ୍ଷ୍ମୀ ଦଳାଇ, ଏଏସଆଇ ସନ୍ତୋଷ ନାୟକ, ଏଏସଆଇ ପିନାକିରଞ୍ଜନ ରାଉତରାୟ, ସବିତା ନାୟକ, ସୁକାନ୍ତ ମାଝି, ଓମ ପ୍ରକାଶ ବସ୍ତିଆ ପ୍ରମୁଖ ସାମିଲ ଥିଲେ।