ମାଲକାନଗିରି: ଆନ୍ଧ୍ର ଚିନ୍ତୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ସଡ଼କ ଦୁର୍ଘଟଣାରେ ଜଣେ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ, ୬ ଗୁରୁତର ହୋଇଥିବାର ଖବର ମିଳିଛି। ଛୁଟି ସାରି ମାଲକାନଗିରି ଫେରୁଥିବା ବେଳେ ବିଳମ୍ବିତ ରାତିରେ ଟ୍ରକକୁ ପିଟିଲା ଇନୋଭା କାର। ୧୪୨ ବାଟାଲିୟନର ବିଏସଏଫ ହାବିଲଦାର ଗୌରବ ପାଣ୍ଡେ ମୃତ।
ଆହୁରି ପଢ଼ନ୍ତୁ:ଡକାୟତି ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ, ୨ ବାଇକ ସହ ମାରଣାସ୍ତ୍ର ଜବତ
ଆହତ ୬ ଯବାନ ତେଲେଙ୍ଗାନା ଭଦ୍ରାଚଲମକୁ ସ୍ଥାନାନ୍ତରିତ
ଏଣେ ଗୁରୁତର ଆହତ ୬ ଯବାନଙ୍କୁ ତେଲେଙ୍ଗାନା ଭଦ୍ରାଚଲମକୁ ସ୍ଥାନାନ୍ତରିତ କରାଯାଇଛି।
ଆଜି ଭୋର ସମୟରେ ଚିନ୍ତୁର ମଣ୍ଡଳର ଚାଟି ଗୋରେଲାଗୁଡେମ୍ କୁନାଭାରାମ ଜଙ୍କସନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏକ ଇନୋଭା କାରରେ ସାତ ଜଣ ସୀମା ସୁରକ୍ଷା ବାହିନୀ କର୍ମଚାରୀ ଖମ୍ମମରୁ ମାଲକାନଗିରି ଜିଲ୍ଲାର ବାଲିମେଳାକୁ ଯାଉଥିବା ବେଳେ ଏକ କଲଭର୍ଟରେ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟମାନେ ଆହତ ହୋଇଥିଲେ। ସେମାନଙ୍କୁ ଚିନ୍ତୁର ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ଏବଂ ପରେ ଭଦ୍ରାଚଳମ ହସ୍ପିଟାଲକୁ ପଠାଯାଇଥିଲା। ଚିନ୍ତୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
Accident