ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରେ ମାଓବାଦୀ ନିଜ ସ୍ଥିତି ଦୃଢ଼ ଥିବା ନେଇ ସୂଚନା ଦେଇଛନ୍ତି। ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ପାହାଡ଼ର ଏକ ପଥର ତଳେ ଲ୍ୟାଣ୍ଡମାଇନ ବିସ୍ଫୋରକ ସାମଗ୍ରୀ ରଖିଥିଲେ ମାଓବାଦୀ। ଏହାକୁ ବିଏସ୍ଏଫ୍ ଯବାନମାନେ ପଣ୍ଡ କରିଛନ୍ତି।
ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଠାରେ ଅବସ୍ଥାପିତ ୧୮୦ ବିଏସଏଫ ବାଟାଲିୟନ ଯବାନଙ୍କୁ କୌଣସି ସୂତ୍ରରୁ ଖବର ମିଳିଥିଲା ଯେ, ଗୁପ୍ତେଶ୍ୱର ପଞ୍ଚାୟତର ସାବେରୀ ନଦୀ କୂଳରେ ଥିବା ଘୋଡାଘାଟ ପାହାଡ଼ ଉପରେ ଗୋଟିଏ ପଥର ତଳେ କିଛି ସାମଗ୍ରୀ ରଖାଯାଇଛି। ଖବର ପାଇ ରାମଗିରି ୧୮୦ ବିଏସଏଫ ଯବାନ ଉକ୍ତ ଅଞ୍ଚଳରେ ଅପରେସନ ଜୋରଦାର ଆରମ୍ଭ କରିଥିଲେ।
ଗୁପ୍ତେଶ୍ୱର ପଞ୍ଚାୟତର ସାବେରୀ ନଦୀ କୂଳରେ ଥିବା ଘୋଡାଘାଟ ପାହାଡ଼ ଉପରେ ଗୋଟିଏ ପଥର ତଳେ କିଛି ସାମଗ୍ରୀ ରଖାଯାଇଛି।
ଅତି ସତର୍କତାର ସହ ପାହାଡ଼ ଉପରେ ଚଢ଼ି ବୋମା ସନ୍ଧାନ ମେସିନ ଦ୍ବାରା ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ଘୋଡାଘାଟ ପାହାଡ଼ର ଏକ ପଥର ତଳେ ଜିଲୋଟିନ ଷ୍ଟିକ୍ ଥିବା ଜଣାପଡିଥିଲା। ତୁରନ୍ତ ସମସ୍ତ ଜିଲୋଟିନ ଷ୍ଟିକ୍ ବାହାର କରାଯାଇଥିଲା। ବିଏସଏଫ କ୍ୟାମ୍ପକୁ ଆଣିବା ପରେ ଜବତ କରାଯାଇଥିବା ଜିଲୋଟିନ ଷ୍ଟିକ୍ ଗଣିବାରୁ ସେଥିରେ ୨୭ଟି ଷ୍ଟିକ୍ ରହିଥିବା ଜଣାପଡିଛି। ଜବତ ଜିଲୋଟିନ ଷ୍ଟିକ୍ ଗୁଡ଼ିକୁ ବୈପାରିଗୁଡା ଥାନାକୁ ହସ୍ତାନ୍ତର କରାଯିବ ବୋଲିି ସୂଚନା ରହିଛି।
Koraput | BSF
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/23/4b70e484-be3b-4d68-a92f-d797f1520caf-2025-07-23-21-01-11.jpg)